#Vastu & Astrology

ଆଜିର ରାଶିଫଳ

ଅଦ୍ୟ ନଭେମ୍ବର ୨୦୨୦ ମସିହା(ବୁଧବାର)
ଶକାବ୍ଦ -୧୯୪୨
ସମ୍ବତ -୨୦୭୭
ସାଲ-୧୪୨୮
ସମ୍ବତ୍ସର -ଆନନ୍ଦୋ
କାର୍ତ୍ତିକ-ଶୁକ୍ଳପକ୍ଷ
ତିଥି- ଚତୁର୍ଥୀ ରାତ୍ରି ଘ୧୧/୧୨ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର-ମୂଳା ଦିବା ଘ୧୧/୨୩ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢା ଚନ୍ଦ୍ର- ଧନୁ
ଯୋଗ-ଧୃତି
କରଣ-ବାଣିଜ୍ୟ
ସୌରମାସ -ତୁଳା ବିଛା ୦୩ ଦିନ
✧═════•❁❀❁•═════✧
ସୁର୍ୟୋଦୟ -ପ୍ରାତଃ ଘ୦୬/୦୧/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୨୦
✧═════•❁❀❁•═════✧
ଯୋଗିନୀ ନୈରୁତେ ରାତ୍ରି ଘ ୧୧/୧୨ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ
ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର
କର୍କଟ ରାଶି ର ଘାତବାର
ଚତୁର୍ଥୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ✧═════•❁❀❁•═════✧
କାଳବେଳା -ଦିବା ଘ୦୮/୪୫ ଗତେ ଘ୧୦/୦୯ ମଧ୍ୟେ
ବାର ବେଳ। – ଦିବା ଘ୧୧/୩୩ଗତେ ଘ୧୨/୫୮ ମଧ୍ୟେ
✧═════•❁❀❁•═════✧
ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୨୪ ଗତେ ଘ ୦୮/୪୬ମଧ୍ୟେ ଓ ଘ୦୨/୧୮ଗତେ ଘ୦୩/୪୦ ମଧ୍ୟେ
*ବିଶୁଦ୍ଧ ମହେନ୍ଦ୍ରବେଳା- ଦିବା ଘ୦୭/୨୦ ମଧ୍ୟେ ଓ ଘ୧୦/୧୦ ଗତେ ଘ୧୧/୩୦ ମଧ୍ୟେ
*🌹ମେଷ🌹👉 : ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।*
✧═════•❁❀❁•═════✧
🌹ବୃଷ🌹👉: ବହୁଦିନ ଧରି ଥିବା ସମସ୍ୟାର ସମାଧାନ ଓ ଅଚାନକ ଅର୍ଥଲାଭ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।
✧═════•❁❀❁•═════✧
🌹ମିଥୁନ🌹👉: ଆପଣଙ୍କୁ ଯେଉଁ କାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । କାରଣ ଆପଣଙ୍କ ପରିବାର ଏହା ବଦଳରେ ଆପଣଙ୍କୁ ସବୁଦିନ ସାହାଯ୍ୟ କରିବ ଏହି ସମୟରେ ହୁଏତ ଆପଣଙ୍କ ପରିବାର ଆପଣଙ୍କ ପାଖରୁ କିଛି ଆଶା କରୁଛି ।
✧═════•❁❀❁•═════✧
🌹କର୍କଟ🌹👉 : ଆପଣଙ୍କ ବୁଦ୍ଧି ଆଜି ଅଧିକ ବେଗରେ ସାହାଯ୍ୟ କରିବ । ଏହାର ଉପଯୋଗ ଆପଣ ଭବିଷ୍ୟତ ଯୋଜନା କରିବାରେ ବିନିଯୋଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ ।
✧═════•❁❀❁•═════✧
🌹ସିଂହ🌹👉 : ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।କର୍ମକ୍ଷେତ୍ର ରେ ଉନ୍ନତି ଓ ପଦମର୍ଯ୍ୟାଦା ବୃଦ୍ଧି ଯୋଗରହିଛି।
✧═════•❁❀❁•═════✧
🌹କନ୍ୟା🌹👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ହଠାତ ଦେବପୂଜା ଓଦର୍ଶନ କରିବାର ସୁଯୋଗ ପାଇବେ।
✧═════•❁❀❁•═════✧
🌹ତୁଳା 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
✧═════•❁❀❁•═════✧
🌹ବିଛା 🌹👉: ଆଜି ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ।ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ଶତୃମାନେ ପଛଘୁଞ୍ଚା ଦେବେ ।
✧═════•❁❀❁•═════✧
🌹ଧନୁ🌹👉 : ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟିଳେ ମଧ୍ୟ ସାମୟିକ ଦେହପୀଡା ହୋଇପାରେ ।ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ସଧୁମୟ କରିବେ ।
✧═════•❁❀❁•═════✧
🌹ମକର 🌹👉: ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।
✧═════•❁❀❁•═════✧
🌹କୁମ୍ଭ 🌹👉: ଆଜି ମନ ଅଶାନ୍ତ ରହିବ।ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ । ଆପଣ ନିଜ ଜୀବନର ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିବା ପାଈଁ ବାଟ ବାହାର କରିବାରେ ବିଫଳ ହୋଇପାରନ୍ତି ।
✧═════•❁❀❁•═════✧
🌹ମୀନ🌹👉 : ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ଏହି ସମୟଟି ପ୍ରକୃଷ୍ଟ ଅଟେ ।ସେଥିପାଇଁ ବିଧିବୋଧ ଯୋଜନା କରନ୍ତୁ । ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ ।✧═════•❁❀❁•═════✧

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *