#Breaking News #District

ବାଲ୍ୟାଆମ୍ବ ଗ୍ରାମରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ ( ଉଲ୍ଲାପ୍ର )ନେହେରୁ ଯୁବ କେନ୍ଦ୍ର ଢ଼େଙ୍କାନାଳ ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘର ମିଳିତ ଆନୁକୁଲ୍ୟ ରେ ଢ଼େଙ୍କାନାଳ ସଦର ବାଲ୍ୟମ୍ବା ଗ୍ରାମରେ Misson Lifestyle for Environment (Life) ଓ Catch The Rain Phase 3 ଅନୁଷ୍ଠିତ ହୋଇଛି।ଏଥିରେ ବଲ୍ୟମ୍ବା ଗ୍ରାମର ଯୁବକ ଗ୍ରାମ ସ୍କୁଲ୍ ଘର ସଫେଇ କରିଥିଲେ ଓ ଯୋଗ ମାଧ୍ୟମରେ ଲୋକଙ୍କ ପାଖକୁ ବାର୍ତ୍ତା ପଠେଇ ଥିଲେ।ବର୍ଷା ଜଳର ଦୁରୁପଯୋଗ ନ କରି କେମିତି ଏହା ସଠିକ୍ ଭାବରେ ଉପଯୋଗ କରିହେବ ତାହା ଜଣାଇଥିଲେ।ଏକ ରାଲି ମାଧ୍ୟମରେ ଗ୍ରାମର ପରିକ୍ରମା କରିବା ସହିତ ଲୋକ ମାନଙ୍କୁ ପରିବେଶ ଓ ବର୍ଷା ଜଳ ସଂରକ୍ଷଣ ଉପରେ ଏକ ବାର୍ତ୍ତା ଦେଇଥିଲେ।ଏଥିରେ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳର ଜିଲ୍ଲା ଯୁବ ସଂଯୋଜକ ଶ୍ରୀ ଅଶୋକ ଦାସ୍ ଓ ଶ୍ରୀ ଶଶାଙ୍କ ଶେଖର ମହାପାତ୍ର ଓ ସାମାଜିକ ସାଂସ୍କୃତିକ ବିକାଶ ସଂଘର କର୍ମକର୍ତ୍ତା ସୌମ୍ୟା ମିଶ୍ର ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *