#Uncategorized

ଜଗନ୍ନାଥଙ୍କ ଜମି ବିକ୍ରି ଧର୍ମ ନିରପେକ୍ଷତାର ବିକୃତିକରଣ: ବୈଜୟନ୍ତ ପଣ୍ଡା

ଭୁବନେଶ୍ବର, ୧୮।୦୩- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୫,୨୭୨ ଏକର ଜମିକୁ ବିକ୍ରି କରିବା ଲାଗି ଓଡ଼ିଶା ସରକାରଙ୍କ ଯୋଜନାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୃଢ଼ ନିନ୍ଦା କରିଛନ୍ତି। ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ ପୁରା ରାଜ୍ୟକୁ ଗଭୀର ଦୁଃଖଯନ୍ତ୍ରଣା ଦେଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହା ଧର୍ମନିରପେକ୍ଷତାର ବିକୃତିକରଣ ଓ ଏହା ବିରୋଧରେ ସ୍ୱର ଉଠାଇବା ଜରୁରୀ ବୋଲି କହି ଶ୍ରୀ ପଣ୍ଡା ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।

ମଙ୍ଗଳବାର ଏକ ପ୍ରଶ୍ନରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଥିବା ୩୫,୨୭୨ ଏକର ଜମିକୁ ବିକ୍ରି କରାଯିବ ଓ ଏନେଇ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶ୍ରୀଯୁକ୍ତ ପଣ୍ଡା ଏନେଇ ସାମାଜିକ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି ଓ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଏହି ଯୋଜନା ପୁରା ରାଜ୍ୟକୁ ଗଭୀର ଦୁଃଖ ଯନ୍ତ୍ରଣା ଦେଇଛି। ଏହା ଧର୍ମନିରପେକ୍ଷତାର ବିଚିତ୍ର ବିକୃତିକରଣ ପ୍ରଥା, ଯେଉଁଠି ସରକାର କେବଳ ଗୋଟିଏ ଧର୍ମର ପୂଜାସ୍ଥଳକୁ ନିୟନ୍ତ୍ରଣ କରନ୍ତି, ସେଭଳି ପ୍ରଥା କେଉଁ କାଳରୁ ଉଠିଗଲାଣି। ଏହା ବିରୋଧରେ ଏବେ ସ୍ୱର ଉଠାନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷକରି ସାମାଜିକ ଗଣମାଧ୍ୟମରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଏବଂ ଜଗନ୍ନାଥଙ୍କ ଜମିକୁ ସୁରକ୍ଷିତ ରଖିବା ଲାଗି ଦାବି କରାଯାଇଛି।

Leave a comment

Your email address will not be published. Required fields are marked *