#Uncategorized

ଭିନକ୍ଷମ ପାଇଁ ସହଯୋଗର ହାତ ବଢ଼ାଇଲେ ସୁଭମ ଫେସନ

ବାଙ୍କି(ଉଲାପ୍ର)ବେଳେବେଳେ ମଣିଷ କୁ ଏମିତି ଅନୁଭବ ହୁଅ ସମାଜ ରେ ଏମିତି କିଛି ଭିନକ୍ଷମ ବ୍ୟକ୍ତି ଯୋଉଠି ପ୍ରଶାସନର ଆଢୁଆଲ ରେ ରହିଯାନ୍ତି,ସେମାନଙ୍କ ପାଇଁ ଟିକେ ସହଯୋଗର ହାତ ବଢ଼େଇବା ପାଇଁ କଟକ ଜିଲା ବାଙ୍କିର ସୁଭମ ଫେସନ ମାଲିକ ମନୋଜ କୁମାର ସାହୁ ଆଗେଇ ଆସି କିଛି ନିଆରା କାର୍ଯ୍ୟ କରି ଦେଖାଇଛନ୍ତି,ଏହି ଭିନକ୍ଷମ ବ୍ୟକ୍ତିଙ୍କ ମୁହଁରେ ଟିକେ ହସ ଫୁଟେଇବା ପାଇଁ ମନୋଜ ସାହୁ ନିଜ ଗ୍ରାମର ଭିନକ୍ଷମ ବ୍ୟକ୍ତି ତ୍ରିଲୋଚନ ସାହୁଙ୍କ ସହଯୋଗ ଲୋଡିଥିଲେ, ତ୍ରିଲୋଚନ ଭୁବନେଶ୍ୱର ରେ ରହୁଥିବା ବେଳେ ତାଙ୍କର ଅନେକ ଭିନକ୍ଷମ ବ୍ୟକ୍ତିଙ୍କ ସହିତ ପରିଚିତ ଥିବାରୁ ସେ ବାଙ୍କୀକୁ ଅନେକ ଭିନକ୍ଷମ ବ୍ୟକ୍ତିଙ୍କୁ ଡାକି ସୁଭମ ଫେସନ ଠାରେ ଶତାଧିକ ଭିନକ୍ଷମ ବ୍ୟକ୍ତିଙ୍କୁ ନିଜର ବ୍ୟବହାର ସାମଗ୍ରୀ ଯୋଗାଇ ଦେଇଛନ୍ତି,ସେମାନଙ୍କ ମଧ୍ୟରେ ମହିଳା ଅଛନ୍ତି,ପୁରୁଷ ଅଛନ୍ତି,ପିଲା ମଧ୍ୟ ଅଛନ୍ତି,ତ୍ରିଲୋଚନ ଜଣେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସେ ଅନ୍ୟ ଭିନକ୍ଷମ ଭାଇ ଭଉଣୀ ମାନଙ୍କ ପେଟକୁ ଚିନି ପାରିଛନ୍ତି,ବାଙ୍କିର ମନୋଜ ସାହୁଙ୍କ ଏଭଳି

ବଦାନ୍ୟତା ବାଙ୍କି ଅଞ୍ଚଳରେ କ ରୋନା ସମୟରେ ସମସ୍ତଙ୍କ ମନ ଛୁଇଁ ପାରିଛି ବୋଲି ଆଲୋଚନା ହେଉଛି, ସେ ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ମତ ପ୍ରଦାନ କରିଛନ୍ତି,ମଣିଷର ଦୁଃଖ ସମୟରେ ଯିଏ ଛିଡା ହୋଇପାରିଛି ଆଉ ଅନ୍ୟଙ୍କ ପାଇଁ ଦରଦ ଦେଖାଇ ପାରିଛି ସେ ପ୍ରକୃତ ବନ୍ଧୁ ବୋଲି ତ୍ରିଲୋଚନ ସାହୁ ମତବ୍ୟକ୍ତ ପ୍ରକାଶ କରିଛନ୍ତି।

Leave a comment

Your email address will not be published. Required fields are marked *