ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ନ ଅଟକିବାରୁ ଚେନ୍ ପୁଲିଙ୍ଗ କରି ଖସିଗଲେ ଗଂଜାମ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ

admin | May 24, 2020 | 81 views |0 | Exclusive

ବ୍ରହ୍ମପୁର: ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ନ ଅଟିକିବାରୁ ଗଂଜାମ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଚେନ୍ ପୁଲିଙ୍ଗ କରି ଖସିଯାଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ତେଲେଙ୍ଗାନାର ହାଇଦ୍ରାବାଦ ନିକଟ ନାମପଲ୍ଲୀ ଠାରୁ ଖୋର୍ଦ୍ଧା ଆସୁଥିବା ଏକ ଟ୍ରେନକୁ ଆଜି ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ବାଲିବଗଡ଼ ଠାରେ ଚେନ ପୁଲିଙ୍ଗ କରି ପ୍ରବାସୀମାନେ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରାୟ ୨ ଶହରୁ ଅଧିକ ପ୍ରବାସୀ ୩ଟି ଟ୍ରେନର ଚେନ ପୁଲିଙ୍ଗ କରି ଖସିଯାଇଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୭୦ ଜଣ ଧରାପଡ଼ିଥିବା ବେଳେ ସେମାନଙ୍କୁ ପୁଲିସ ଧରି ସଂଗରୋଧ କେନ୍ଦ୍ରକୁ ଆଣିଛି ।ଏହି ଟ୍ରେନରେ ବହୁ ସଂଖ୍ୟାରେ ଗଂଜାମ ଜିଲ୍ଲାର ଲୋକ ଥିଲେ । କିନ୍ତୁ ଟ୍ରେନଟି ଗଂଜାମ ଜିଲ୍ଲାର ଜଗନ୍ନାଥପୁର କିମ୍ବା ବ୍ରହ୍ମପୁର ଷ୍ଟେସନରେ ଅଟକି ନଥିଲା । ଫଳରେ ଟ୍ରେନରେ ବସିଥିବା ପ୍ରବାସୀମାନେ ବିରକ୍ତି ପ୍ରକାଶ କରି ଚେନ ପୁଲିଙ୍ଗ କରିଥିଲେ । ସେମାନେ ସେଠାରୁ ଚାଲି ଚାଲି ଯାଉଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୁଲିସ, ଆରପିଏଫ ପହଞ୍ଚି କିଛି ପ୍ରବାସୀଙ୍କୁ ଅଟକ ରଖିଥିବା ବେଳେ ଆହୁରି କିଛି ପ୍ରବାସୀ ଖସିଯାଇଥିଲେ ।ତେବେ ଧରାପଡ଼ିଥିବା ପ୍ରବାସୀମାନଙ୍କର କହିବା ଅନୁସାରେ ଗଂଜାମ ଜିଲ୍ଲାରେ ୨ଟି ଷ୍ଟେସନ ପ୍ରବାସୀଙ୍କ ପାଇଁ ଥିଲେ ମଧ୍ୟ କୌଣସି ଠାରେ ଏହା ନ ଅଟକିବାରୁ ସେମାନେ ବାଧ୍ୟ ହୋଇ ଚେନ ପୁଲିଙ୍ଗ କରିଥିଲେ । କିନ୍ତୁ ପ୍ରବାସୀମାନଙ୍କର ଟ୍ରେନରେ ଏଭଳି ଆଚରଣକୁ ସ୍ଥାନୀୟ ଅଞ୍ଚଳର ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି । ଗଂଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଥବାରୁ ଏବେ ଲୋକଙ୍କର ମନରେ ଡର ପ୍ରବେଶ କରିଯାଇଛି । ସ୍ଥାନୀୟ ଲୋକଙ୍କର ଦାବି ଯେ, ଟ୍ରେନରୁ ଖସି ପଳାୟନ କରାଯାଇଥିବା ଲୋକଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସଂଗରୋଧ କେନ୍ଦ୍ରରେ ରଖାଯାଉ ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 28 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 293 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories