#Breaking News

ଆଡ଼ାସିପଡା ରେ ମୋବାଇଲ ଟାୱାର ପ୍ରତିଷ୍ଠା ଦାବୀ


ଫୁଲବାଣୀ (ସୁନୀଲ ପଟନାୟକ )
ଜିଓ ଟାୱାର ନାହିଁ ତ ଭୋଟ ନାହିଁ, ଏଭଳି ଦାବି ରଖି ଗୁରୁବାର ଜିଲାପାଳ ଙ୍କ ଅଫିସ ସମ୍ମୁଖରେଆଡ଼ାସିପଡା ଗ୍ରାମ ବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଖଜୁରିପଡା ବ୍ଲକ ଅନ୍ତର୍ଗତ ଆ ଡା ସୀପଡା ପଂଚାୟତ ବାସୀ। ଏନେଇ ଆଜି ପଂଚାୟତର ସରପଞ୍ଚଙ୍କ ନେତୃତ୍ବ ରେ ଶତାଧିକ ଲୋକ ଜିଲାପାଳ ଅଫିସ ଆସି ଦାବିପତ୍ର ଦେବସହ ଯଦି ପଂଚାୟତ ନିର୍ବାଚନ ପୂର୍ବରୁ ଜିଓ ଟାୱାର ବସା ନ ଯାଇ ତାହାହେଲେ ପଂଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ବନମାଳୀ ପ୍ରଧାନ ଚେତାବନୀ ଦେଇଛନ୍ତି। ସେମାନଙ୍କାକହିବା କଥା ଅନ ଲାଇନ ରେ ପାଠପଡା ହେଉଥିବାବେଳେ ନେଟୱର୍କ ନ ଥିବା କାରଣରୁ ଛାତ୍ର ଛାତ୍ରୀମାନେ ପଢି ପାରୁ ନାହାନ୍ତି। ଗୁରୁତର ରୋଗୀମାନଙ୍କ ପାଇଁ 108 ଆମ୍ବୁଲାନ୍ସ ପାଇଁ ଫୋନ ମଧ୍ୟ କରି ହେଉନାହିଁ।ସେହିପରି ପିପୁଲ ସ ଫୋ ର ମ ର ସଭାପତି ରାଧା ମୋହନ ମହାପାତ୍ର ସେମାନଙ୍କ ଦାବୀ ଯଥାର୍ଥ ଓ ସରକାର ତୁରନ୍ତ ମାନିନେବାକୁ ଦାବୀ କରିଥିଲେ l ଏ ନେଇ ବୁଧବାର ଗ୍ରାମ ରେ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା l

Leave a comment

Your email address will not be published. Required fields are marked *