#Breaking News

ନବ ନିର୍ବାଚିତ ଫୁଲବାଣୀ ମୁନିସିପାଲିଟି ଅଧ୍ୟକ୍ଷା ସ୍ମିତା ରାଣୀ ଦାଇତ୍ୱ ଗ୍ରହଣ କଲେ


ଫୁଲବାଣୀ(ସୁନୀଲ ପଟନାୟକ )
ନବ ନିର୍ବାଚିତ ଫୁଲବାଣୀ ମୁନିସିପାଲିଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ବୁଧବାର ଦାଇତ୍ୱ ଗ୍ରହଣ କରିଛନ୍ତି l
ଆଜି ଦିନ ଏଗାରଟା ସମୟରେଅଧ୍ୟକ୍ଷା ସ୍ମିତାରାଣୀ ମୁନିସିପାଲିଟି କାର୍ଯ୍ୟାଳୟରେ ପହଂଚିବା ପରେ ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଙ୍କ ସମେତ ସମସ୍ତ କର୍ମଚାରୀ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଧନା ଜଣାଇ ତାଙ୍କ ପ୍ରକୋଷ୍ଠ କୁ ପାଛୋଟି ନେଇଥିଲେ l
,ଫୁଲବାଣୀ ସହର କୁ ସ୍ଵଛ ଓ ନିର୍ମଳ ରଖିବା ସହ ସର୍ବାଙ୍ଗୀନ ଉନ୍ନତି ଦିଗରେ ଦ୍ରୁଷ୍ଟି ଦେବେ ବୋଲି କହିଥିଲେ l ସହର ର ଟ୍ରାଫିକ ସମସ୍ୟା ସୁଧାରିବା, ଡ୍ରେନେଜସି ଷ୍ଟମରେ ସୁଧାର ଆଣିବା ତାଙ୍କର ମୁଖ୍ୟ କାର୍ଯ୍ୟ ହେଵବୋଲି ଦାଇତ୍ୱ ଗ୍ରହଣ କରିବା ପରେ ସ୍ମିତା କହିଛନ୍ତି l
ସେହିପରି ବସ୍ତି ବସିନ୍ଦା ଙ୍କ ମୁହଁରେ ଯେପରି ହସଫୁଟିବା ସହ ଜୀବନ ଶୈଳୀ

ରେ ପରିବର୍ତନ ଆସିବ ତାକୁ ମଧ୍ୟ ପ୍ରଥମିକତା ଦେବେ ବୋଲି ସ୍ମିତା ଆହୁରି କହିଛନ୍ତି l
ଦାଇତ୍ୱ ଗ୍ରହଣ କରିବା ପରେନିର୍ବାହୀ ଅଧିକାରୀ, ସମସ୍ତ କର୍ମଚାରୀ, ଯନ୍ତ୍ରୀ ମାନଙ୍କସହଵିଭାଗ ପକ୍ଷରୁ ଚାଲିଥିବା ବିଭନ୍ନ ଉନ୍ନୟନ ଯୋଜନା ର ଅଗ୍ରଗତି ନେଇ ଆଲୋଚନା କରିଥିଲେ ଅଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି l
ଏହି ଅବସରରେ ଅଧ୍ୟକ୍ଷା ସ୍ମିତା ରାଣୀ ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ l

Leave a comment

Your email address will not be published. Required fields are marked *