#Exclusive

ପାକିସ୍ତାନ ପାଇଁ ଭାରତକୁ 10 ହଜାର ଭେଣ୍ଟିଲେଟର ମାଗିଲେ ସୋଏବ ଅଖତର, ଭାରତୀୟ କହିଲେ, ‘ଚୀନକୁ ମାଗ’


ପାକିସ୍ତାନରେ ମଧ୍ୟ କରୋନା ଭାଇରସ କାୟା ବିସ୍ତାର କରିଚାଲିଛି। ଏଭଳି ସ୍ଥିତିରେ ପାକିସ୍ତାନ ଅନ୍ୟ ଦେଶଠାରୁ ସାହାଯ୍ୟ ନିବେଦନ କରୁଛି। ସେଠାରେ ସ୍ଥିତି ଏତେ ଜଟିଳ ଯେ ଡାକ୍ତରମାନଙ୍କ ପାଖରେ ଚିକିତ୍ସା କରିବାକୁ କିଟ ସୁଦ୍ଧା ନାହିଁ। କରୋନା ଭାଇରସ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତରଙ୍କର ମୃତ୍ୟୁ ବି ହୋଇଯାଇଛି।
ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଭାରତ ଏବଂ ପାକିସ୍ତାନକୁ ଏକାଠି ହୋଇ କରୋନା ଭାଇରସ ମହାମାରୀକୁ ସାମ୍ନା କରିବା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ‘ଯଦି ଭାରତ ଆମକୁ 10 ହଜାର ଭେଣ୍ଟିଲେଟର ଦେବ, ତା’ ହେଲେ ପାକିସ୍ତାନ ଏହାକୁ ଜୀବନ ସାରା ମନେ ରଖିବ’। ତେବେ ଏହାକୁ ନେଇ ଜଣେ ଭାରତୀୟ ୟୁଜର ତାଙ୍କୁ କଡା ସମାଲୋଚନା କରିଛନ୍ତି।
ଚୀନ ଠାରୁ ସାହାଯ୍ୟ ମାଗିବାକୁ ସେ ତାଙ୍କୁ କହିଛନ୍ତି।
ସୋଏବ ଆହୁରି କହିଥିଲେ ଯେ ‘ଆମେ କେବଳ ମ୍ୟାଚର ଅଫର କରିପାରିବୁ। ବାକି ସବୁ ଯାହା ଅଫିସରମାନଙ୍କୁ ନିଷ୍ପତ୍ତି ନେବାକୁ ହେବ। ଯଦି ଏହି ସଙ୍କଟ ସମୟରେ ମ୍ୟାଚ ହେବ, ତା’ ହେଲେ ମ୍ୟାଚର ରେଜଲ୍ଟକୁ ନେଇ କେହି ବି ଦେଶ ନିରାଶ ହେବେ ନାହିଁ। ବିରାଟ କୋହଲୀ ଶତକ ଯୋଡ଼ିଲେ ଆମେ ଖୁସି ହେବୁ ଏବଂ ବାବର ଆଜମ ଶତକ ଯୋଡ଼ିଲେ ଆପଣ ଖୁସି ହେବେ। ବିଜୟ ଦୁଇ ଦେଶର ହେବ’।
ତେବେ ଟୁଇଟରରେ ସୋଏବଙ୍କ ଏଭକି ପ୍ରସ୍ତାବକୁ ନେଇ ଜଣେ ୟୁଜର ଲେଖିଥିଲେ, ‘ଭାରତ ଆପଣଙ୍କୁ 10,000 ଭେଣ୍ଟିଲେଟର ତିଆରି କରି ଦେଇଦେବ। କଣ ତା’ ବଦଳରେ ଆପଣ ତାକୁ 10,000 ଆତଙ୍କବାଦୀ ଦେବେ’। ସେହିପରି ଅନ୍ୟ ଜଣେ କହିଥିଲେ, ‘ସୋଏବ ଆପଣଙ୍କ ଏହି ପ୍ରସ୍ତାବକୁ ଆପଣଙ୍କର ସବୁଠାରୁ ଘନିଷ୍ଠ ସାଙ୍ଗ ଚୀନ ପାଖକୁ ନେଇକି ଯାଆନ୍ତୁ। କରୋନା ବିରୋଧରେ ଲଢେଇ ପାଇଁ ଚୀନ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ ଭଲ ଆଇଡିଆ ହୋଇପାରେ’।

Leave a comment

Your email address will not be published. Required fields are marked *