#Exclusive

ଶନିବାର, ରବିବାର ମୋ’ ବସ୍‌ ସେବା ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁନ ମାସର ଶନିବାର ଓ ରବିବାର ବନ୍ଦ ରହିବ ମୋ ବସ୍‌ ସେବା। ସପ୍ତାହକୁ ୨ ଦିନ ଶଟ୍‌ଡାଉନ ଅବସରରେ ବନ୍ଦ ରହିବ ବସ୍‌ ସେବା। ଏନେଇ ମୋ ବସ ଚଳାଚଳ ଦାୟିତ୍ୱ ନେଇଥିବା କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛିଓଡ଼ିଶାରେ କରୋନା ସ୍ଥିତିକୁ ଦେଖି ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ(ଶନିବାର ଓ ରବିବାର) ଶଟ୍‌ଡାଉନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଦୁଇ ଦିନ ବାହାରକୁ ନବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଯାହାକୁ ଦେଖି ମୋ ବସ୍‌ ଚଳାଚଳ ନକରିବାକୁ କ୍ରୁଟ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ରାଜ୍ୟରେ ମହାମାରୀ ‘କରୋନା’ ସ୍ଥିତିକୁ ଦେଖିଲେ ଆଜି ସୁଦ୍ଧା ୨୬୦୮ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୮ ଜଣଙ୍କ ମୃତ୍ୟୁ ୧୬୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୦୦୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

Leave a comment

Your email address will not be published. Required fields are marked *