#Breaking News

ନେଡ଼ି ପଦର ସ୍ମାର୍ଟ ହାଇସ୍କୁଲ କାର୍ଯ୍ୟ ସରିଲା.. ଭଦଘାଟନ ଅପେକ୍ଷାରେ


ଫୁଲ ବାଣୀ(ସୁନୀଲପଟନାୟକ)
ଗ୍ରାମ । ଞ୍ଚଳରେ ପାଠ ପଢ଼ୁଥିବା ସରକାରୀ ହାଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ତଥା ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରଥମ ପ୍ରର୍ଯ୍ୟାୟରେକନ୍ଧମାଳ ଜିଲ୍ଲାରେ ୧୦ଗୋଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ କରିଛନ୍ତି ସେଥିମଧ୍ୟରୁ ଫିରିଙ୍ଗିଆ ବ୍ଳକ ପଲା ବୁରୁଡ଼ି ପଞ୍ଚାୟତ ଅଧିନ ନେଡ଼ି ପଦର ଗ୍ରାମ ମଙ୍ଗଳ ବିଭାଗ ହାଇସ୍କୁଲ ଅନ୍ତର୍ଭୁକ୍ତ ।
ଏହାର ଆଧୁନିକିକରଣ ଦାୟିତ୍ଵଫିରିଙ୍ଗିଆ ବ୍ଳକ କୁ ଦିଆଯିବା ପରେ ବିଡିଓ ରଶ୍ମିରଂଜନ ମହାନ୍ତ ଓ ଦାୟୀତ୍ଵରେ ଥିବା ସହ କାର ନିର୍ବାହୀ ଯନ୍ତ୍ରୀ ଇଂଦେ ଵ ହରିପ୍ରଧାନ ଙ୍କ ସମେତ ବ୍ଲକ ଯନ୍ତ୍ରୀ ଇଂ ବି.କେ ବିଶ୍ଵାଳ ଙ୍କ ଉପସ୍ଥିତିରେ ବେଶ ସୁନ୍ଦର ଓ ଉନ୍ନତମାନର କାର୍ଯ୍ୟ କରାଯାଉଥିବା ଦେଖାଯାଇଛି । ହାଇ ସ୍କୁଲ ର ସାମନା ଭାଗିଡି ଜାଇନ ମଧ୍ୟ ଖୁବ୍ ଆକର୍ଷଣୀୟ ହୋଇଛି । ସେହିପରି ଇ -ଲାଇବ୍ରେରୀ, ସାଇନସ ଲ୍ୟାବ, କଂପ୍ୟୁଟରରୁମ, ଲାଭାଟରୀ ଆଦି ବେଶ ଉନ୍ନତମାନର ହୋଇଛି । ବିଡିଓ ଶ୍ରୀମହାନ୍ତ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ପ୍ରଧାନ ଓ ଯନ୍ତ୍ରୀ ଇଂବିଶ୍ଵାଳଙ୍କ ଉନ୍ନତ ଜ୍ଞାନକୌଶଳ, ଅଦ୍ଭିନବ ଚିନ୍ତା, କାର୍ଯ୍ୟଦକ୍ଷତା, କଠିନ ପରିଶ୍ରମ ଫଳରେ ନେଡ଼ି ପଦର ପରି ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ ହୋଇଥିଲେ ମଧ୍ୟ ସ୍କାର୍ଟହାଇସ୍କୁଲ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏଥିରେ ପ୍ରାୟ ୧କୋଟି
ଟଙ୍କା ଖର୍ଚ୍ଚ କରାଯାଇଛି ଫଳରେ କୌଣସି ପରିସ୍ଥିତିରେ ମଧ୍ୟ ନିମ୍ନମାନର ତଥା ଉପରଠାଉରିଆକାର୍ଯ୍ୟକୁପ୍ରଶୟ ଦିଆଯାଉନଥିବା ଯନ୍ତ୍ରୀ ବିଶ୍ଵାଳ କହିଛନ୍ତି ।
ଫଳରେ କମ ଦିନ ମଧ୍ୟରେ ଏହା ଶେଷ ପର୍ଯ୍ୟାୟରେ ପହ ଞ୍ଚିଛି । ଆଉ ଦିନ କେଇଟା ଭିତରେ ରଙ୍ଗ ସହ ସମସ୍ତ କାର୍ଯ୍ୟ ସରିଯିବ ବୋଲି ଯନ୍ତ୍ରୀ କହିଛନ୍ତି ତେବେ କେବଳ ଉଦଘାଟନକୁ ଅପେକ୍ଷା ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *