#Breaking News

ଆଠଗଡ ରେ ଡ଼ଃ ଜିମୁତ ମଙ୍ଗରାଜଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଆଠଗଡ(ଉଲାପ୍ର)ବରିଷ୍ଠ ସାମ୍ବାଦିକ, ଉତ୍କଳ ସାମ୍ବାଦିକ ସଂଘର ସଭାପତି,ସାହିତ୍ୟିକ,ସ୍ତମ୍ଭକାର ଡ଼, ଜିମୁତ ମଙ୍ଗରାଜଙ୍କ ପରଲୋକରେ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ,କଟକ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆୟୋଜନ ରେ ସ୍ଥାନୀୟ ବୀରକିଶୋର ପୁର ସିଦ୍ଧେଶ୍ୱର ଶୈବ ମନ୍ଦିର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟଅତିଥି ଭାବେ ଦୈନିକ କାଳାନ୍ତରର ସମ୍ପାଦକ ସୌମ୍ୟକାନ୍ତ ସାମନ୍ତରାୟ ମୁଖ୍ୟଅତିଥି, ସାହିତ୍ୟିକ ,ସମାଲୋଚକ ଡ଼ଃ ନାରାୟଣ ପଣ୍ଡା

ମୁଖ୍ୟବକ୍ତା, ୱାର୍ଲଡ଼ୟାଚ ର ସମ୍ପାଦକ ଦିଲୀପ ଦାସ ,କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ସୁଜିତ ପଟ୍ଟନାୟକ ସଂମାନିତ ଅତିଥି ଭାବେ ଯୋଗଦେଇଥିଲା ବେଳେ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,ଏହି ଶ୍ରଦ୍ଧାଞ୍ଜଳି ସଭାରେ ୨୫ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗଦେଇ ଡ଼ଃ ମଙ୍ଗରାଜଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ସମସ୍ତ ସାମ୍ବାଦିକ ମଙ୍ଗରାଜଙ୍କ ସ୍ମୃତିଚାରଣ କରିଥିଲେ,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘର ସମ୍ପାଦକ ସନ୍ତୋଷ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *