#Breaking News #Uncategorized

ଲାଇନ ପଡ଼ା ମହାବିଦ୍ୟାଳୟ ପକ୍ଷରୁ କରୋନା ସଚେ ତନତା,


ଫୁଲ ବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଲାଇନପଡ଼ାଠାରେ ଥିବା ମହାବିଦ୍ୟାଳୟରେ ଶନିବାର କରେ।ନା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ ୱେବ ନାର ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା ।
ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମଲିକଙ୍କ ସଭାପତିତ୍ଵ ରେ ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରି ଭାବରେ ନିଯୁକ୍ତି ପାଇଥିବା ପ୍ରାଧ୍ୟାପକ ଦିନବନ୍ଧୁ ମହାନ୍ତି ଙ୍କୁ ସ୍ଵାଗତ କରାଯାଇଥିଲା। ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀମାନଙ୍କୁ କରୋନା ମହାମାରୀ ଭୟାଭୟତା ସଂପର୍କରେ ଲୋକଙ୍କୁ ବୁଝାଇ ବା ସହ ସହଯୋଗର ହାତ ବଢ।ଇବା ସହ ମ।ସ୍କପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା, ହାତ ସାନିଟାଇଜ କରିବା । ଅତିଆବଶ୍ୟକ ନଥିଲେ ଘରୁ ବାହାରିବା ନେଇ ସଚେତନ କରିବାଲାଗି ପରାମର୍ଶ ଦେଇଥିଲେ ଅଧ୍ୟକ୍ଷ ।
ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ, କନ୍ଧମାଳର ସହର ଠୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏ କରେ । ନା ତାର କାୟା ବିସ୍ତାର କରିସାରିଲାଣି , ଏଣୁ ସ୍ୱେଛାସେବୀମାନେ ନିଜେ ସଚେତନ ରହି କରେ ।ନାକୁ ପ୍ରତିହତ କରି ପ୍ରତ୍ୟେକ ଗ୍ରାମକୁ କରେ । ନା ମୁକ୍ତ କରିବା ପାଇଁ ଉଦ୍ୟମ କରିବା ଉଚିତ ବୋଲି କହିଥିଲେ । ସେହି ପରି ବ୍ରହ୍ମପୁର ନିକଟସ୍ଥ ନରେନ୍ଦ୍ରପୁର କଲେଜର ପ୍ରାଧ୍ୟାପକ ଡଃ ସତିଶ ପ୍ରସାଦନା ଏକ ଯୋଗ ଦେଇ ଆଜି ର ଯୁବ ସମାଜ ଆମାନିଆନ ହୋଇ କୋଭିଡ଼ନିୟମ ମାନି ଚଳିଲେ ନିଜେ ସୁରକ୍ଷିତ ରହିବା ସହ ପରିବାର ମଧ୍ୟ ସୁରକ୍ଷିତ ଭାବେ ରହିପାରିବେ ।
ମୁଖ୍ୟବକ୍ତା ଭାବେ ଡାକ୍ତର ନିବେଦିତା ନନ୍ଦ, କୋରାପୁଟ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ କିଶୋରଚନ୍ଦ୍ର ବେହେରା ପ୍ରମୁଖ କରୋନା ସଂକ୍ରମଣରୁ କିପରି ନିଜକୁ ରକ୍ଷାକରିବ ସେ ନେଇ କହିଥିଲେ ।
ସେହିପରି ବ୍ଲ।କଫଙ୍ଗସ ର ଲକ୍ଷଣ ଓ ନିରାକରଣ ସଂପର୍କରେ ଡାକ୍ତର ନନ୍ଦ କହିଥିଲେ ।
ଲାଇନ ପଡ଼ା ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ସନ୍ତେ।ଷ କୁମାର ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୫ ରୁ ଉର୍ଦ୍ଧ୍ଵ ସ୍ଵେଛାସେବୀ ଅଂଶଗ୍ରହଣ କରିଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *