#Breaking News

କନ୍ଧମାଳ ଜିଲ୍ଲାରେ ୭୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୧ହଜାର୬୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ


ଫୁଲ ବାଣୀ-(ସୁନୀଲ ପଟନାୟକ)
ଚଳିତବର୍ଷ କନ୍ଧମାଳ ଜିଲ୍ଲାରେ ୭୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୧ହଜାର୬୯୪.ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ସେଥିମଧ୍ୟରୁ ୧୧୦୬୬ ଜଣ ଛାତ୍ରଛାତ୍ରୀ
ରେଗୁଲାର ହୋଇଥିବାବେଳେ ୯୩ ଜଣ ଏକ୍ସ ରେ ଗୁଲାର, ଏସ ଓ ଏସ ସି ଫ୍ରେସ ଛାତ୍ର ୩୨୦, ଓ ବେକ ଥିବା ୫୪ଜଣ ଛାତ୍ର ରହିଥିବାବେଳେ ମଧ୍ୟ ମା ଛାତ୍ର ୧୬୧ ଜଣ ପରୀକ୍ଷା ଦେବେ । ସେହିପରି ଜିଲ୍ଲାର ମୋଟ ୭୨ଟି ପରୀକ୍ଷା କେନ୍ଦ୍ରମଧ୍ୟରୁ ୨୮ଟି ସରକାରୀ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ, ୭ଟି ଏଡ଼େଡ଼ହାଇସ୍କୁଲ, ବ୍ଲକ୍ ଗ୍ରାଣ୍ଟ ହାଇସ୍କୁଲ ୧୦ଟି, ଏସଏସଡି ହାଇସ୍କୁଲ ୨୭ଟି ରହିଛି ।
ପରୀକ୍ଷା ଆଠଟାରୁ ଦଶଟାଯାଏ ଗୋଟିଏ ସିଟିଙ୍ଗ ରେ ହେବ ।
ପରୀକ୍ଷା ଯେପରି ଶାନ୍ତିଶୃଙ୍ଖଳାର ସହ କପିମୁକ୍ତ ହେବ ସେଥିପ୍ରତି ଶିକ୍ଷାବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ଓ ସ୍କାର୍ଡ ମଧ୍ୟ ଗଠନ କରାଯାଇଥିବା କଥା ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।
ସେହିପରି ପ୍ରଶ୍ନପତ୍ର ଗୁଡ଼ିକ ଜିଲ୍ଲାରେ ଥିବା ୧୮ଟିନୋଡ଼ାଲ ସେଣ୍ଟର ରେ ରଖାଯିବା
ସେ ଥିମଧ୍ୟରୁ ୧୧ଟି ସ୍ଥାନରେ ହାଇସ୍କୁଲ ଗୁଡିକରେ ପୋଲିସର ସୁରକ୍ଷା ମଧ୍ୟରେ ରଖାଯିବ ଓ ୭ଟି ସ୍ଥାନରେ ପୋଲିସ ଥାନାରେ ରଖାଯିବ ବୋଲି କୁହାଯାଇଛି।

.
.

Leave a comment

Your email address will not be published. Required fields are marked *