#Breaking News #District

ଗ୍ୟାସ ଏଜେନ୍ସି ଗୋଡାଉନ କିପରକୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୩୨ ହଜାର ଟଙ୍କା ଲୁଟ ।
କାମାକ୍ଷାନଗର ପୋଲିସ୍ ଙ୍କ ପାଇଁ ବଡ଼ ଚାଲେଞ୍ଚେ।
କାମାକ୍ଷାନଗର ବସି ଅସୁରକ୍ଷିତ

କାମାକ୍ଷା ନଗର ( ଉଲ୍ଲାପ୍ର )-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ସ୍ଥିତ ଗୋଲକ ଗ୍ୟାସ ଗୋଡାଉନରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୩୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଦୁଇ ଜଣ ଯୁବକ ମୁଖା ପିନ୍ଧି ବାଇକରେ ଆସି ଗୋଡାଉନ କିପର ବସନ୍ତ ବେହେରାଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ପରେ ତାଙ୍କୁ ଜୀବନରୁ ମାରିଦେବା ଧମକ ଦେଇ ଟଙ୍କା ବ୍ୟାଗକୁ ଲୁଟି ନେଇଥିଲେ । ଖବର ପାଇ ଗୋଲକ ଗ୍ୟାସ ଏଜେନ୍ସିର ମାଲିକ ସୁଶାନ୍ତ କୁମାର ପଟ୍ଟନାୟକ ପହଞ୍ଚି ଘଟଣା ସମ୍ପର୍କରେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି କାମାକ୍ଷାନଗର ପୋଲିସ ତନାଘନା ଆରମ୍ଭ କରି ଦେଇଛି । ତେବେ ଗ୍ୟାସ ଗୋଡାଉନରେ ବସନ୍ତ ଏକାକି ଥିବା ଦେଖି ଦୁର୍ବୁତ୍ତ ମାନେ ଲୁଟ କରିଥିଲେ । ଦୁର୍ବୁତ୍ତ ମାନେ ମୁଖା ପିନ୍ଧି ଟଙ୍କା ବ୍ୟାଗକୁ ନେଇ ଢେ଼ଙ୍କାନାଳ ଆଡକୁ ଚାଲି ଯାଇଥିଲେ ।ଢେ଼ଙ୍କାନାଳ ରୁ ଅକ୍ଷୟ କୁମାର ନନ୍ଦ ଙ୍କ Report ଉଦୟ ଲାବନ୍ୟା News

Leave a comment

Your email address will not be published. Required fields are marked *