#Breaking News #District

ଫିରିଙ୍ଗିଆ ଷ୍ଟେଟ ବ୍ୟାଙ୍କ ରେ ସର୍ଟ ସର୍କିଟ ରୁ ନିଆଁ I ବହୁ ଗୁରୁତ୍ୱପୁର୍ଣ କାଗଜ ପତ୍ର ପୋଡି ନଷ୍ଟ


ଫୁଲବାଣୀ -12/06(ସୁନୀଲ ପଟନାୟକ )
ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ନିଆଁ ଲାଗି ବହୁ ଗୁରୁତ୍ୱପୂର୍ଣ କାଗଜ ପତ୍ର ଜଳିପୋଡି ପାଉଁଶ ହୋଇଯାଇଛି I ସୂଚନା ଅନୁସାରେ ଗତ ଛଅ ମାସ ତଳେ ବଜାର ମଧ୍ୟରେ ଥିବା ଏହି ଶାଖାଟି କୁ ସ୍ଥାନାନ୍ତର କରାଯାଇ ନୂତନ ଭାବରେ ସ୍ଥାପନ କରାଯାଇଥିଲା I ଶାଖାଟି ଏକ ଭଡା ଘରେ ଚାଲିଥିବା ବେଳେ ଶନିବାର ଓ ରବିବାର ବ୍ୟାଙ୍କ ଛୁଟିଥିଲା ଓ ବ୍ୟାଙ୍କ ର ରେକର୍ଡ ରୁମ ରେ ଥିବା ଏସି କୁ ବନ୍ଦ କରିବା ପାଇଁ କର୍ମଚାରୀ ଭୁଲି ଯାଇ ବ୍ୟାଙ୍କ ବନ୍ଦ କରି ଚାଲିଯାଇଥିଲେ I ସୋମବାର ସକାଳୁ ସ୍ଥାନୀୟ ଲୋକେ ବ୍ୟାଙ୍କ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ I ପରେ ସ୍ଥାନୀୟ ଲୋକେ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ଙ୍କୁ ଖବର ଦେବାରୁ ଫିରିଙ୍ଗିଆ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟାଳୟ ରୁ ଅଗ୍ନିଶମ ବାହିନୀ ପହଂଚି ନିଆକୁ ଆୟତ୍ତ କରିଥିଲେ I ତେବେ ବ୍ୟାଙ୍କ ର ରେକର୍ଡ ରୁମ ରେ ଲାଗିଥିବା ଏସି ରୁ ସର୍ଟ ସର୍କିଟ ହୋଇ ରେକର୍ଡ ରୁମ ରେ ଥିବା କାଗଜପତ୍ର ରେ ନିଆଁ ଲା ଗି ଯାଇଥିଲା I ଅନ୍ୟପଟେ ନିଆଲା ଗିଵା ପଛରେ ବ୍ୟାଙ୍କ କର୍ମଚାରୀ ଙ୍କ ଅବହେଳା କୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା I ଅନ୍ୟପଟେ ଘଟଣା ସ୍ଥଳରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ର ଶାଖା ପ୍ରବନ୍ଧକ ପ୍ରଦୀପ କୁମାର ମେହେର ଙ୍କ ସହ ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, ସ୍ଥାନୀୟ ପୋଲିସ କର୍ମଚାରୀ, ଗୋଛାପଡା ରେ ଥିବା ସ୍ୱେଛାସେବୀ ସଂଗଠନ ଆପଦ ମିତ୍ର ର କର୍ମକର୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ନିଆଁ ଲିଭାଇବା ପାଇଁ ସହଯୋଗ କରିଥିଲେ

I

Leave a comment

Your email address will not be published. Required fields are marked *