#Headlines #Special Story

ଦାଣ୍ଡପହଁରା.

ଓଡିଶା ର ଲୋକମାନେ ସବୁ ସମୟରେ ନିଜର ଐତିହ ପରମ୍ପରା କୁ ନେଇ ଗର୍ବ ଅନୁଭବ କରିବା ସହିତ ଅନେକ ପ୍ରଥା ପାଳନ କରିଥାନ୍ତି. ସୁଦୁଶା ବ୍ରତ, ଭାଲୁକୁଣି ଓଷା, ଆଖି ତୃତୀୟ ଭଳି ଅନେକ ଓଷା ବ୍ରତ କରିଥାନ୍ତି. ସେହିପରି ଆଉ ଗୋଟିଏ ଓଷା ହେଉଛି ଦାଣ୍ଡ ପହଁରା. ପ୍ରବାଦ ଅନୁଯାୟୀ ଦାଣ୍ଡପହଁରା ଓଷା ପାଳନ କଲେ ମୃତ ବ୍ୟକ୍ତି କୁ ଯମ ଫେରାଇ ଦେଇଥାଏ ଅର୍ଥାତ ମୃତ ବ୍ୟକ୍ତି ଜୀବନ ପାଇଁ ଥାଏ.

ପିଲାମାନଙ୍କର ଶୁଭ ମନାସି ମା ମାନେ କରନ୍ତି ଦାଣ୍ଡ ପହଁରା ଓଷା, ଏ ଓଷା କାଇଁ କେଉଁ କାଳରୁ ଆମ ରାଜ୍ୟ ଓଡ଼ିଶାରେ ଅନୁଷ୍ଠିତ ହୋଇଆସୁଛି, ଓଡ଼ିଶାରେ ବାରମାସରେ ତେର ପର୍ବ ପରି ଇଏ ଗୋଟିଏ ପର୍ବ କହିଲେ ଅତୁକ୍ତି ହେବନାହିଁ, ମା ମାନେ ସାହିର ଗୋଟିଏ ସ୍ଥାନରେ ରାତିରେ ଏକାଠି ହୋଇଥାନ୍ତି, ବଜ୍ର ମୁଳି ଓ ତବତଖଣ୍ଡାର ଗଛ କୁ ପୂଜା ଭାବେ ବ୍ୟବହାର କରାଯାଇଥାଏ,ଏକ ବାଲି ଗଦା ଉପରେ ସେହି ଗଛକୁ ପୋତାଯାଇ ବିଭିନ୍ନ ପିଠା ରେ ପ୍ରସ୍ତୁତ ଦ୍ରବ୍ୟ ସବୁ ପୂଜା କରାଯାଇଥାଏ, ପରେ ବିଭିନ୍ନ ମହିଳା ମାନେ ଏକାଠି ହୋଇ ମାଙ୍କୁ ବନ୍ଦାପନା କରିବା ସହିତ ନିଜ ପିଲାମାନଙ୍କୁ ନେଇ ଦାଣ୍ଡ ପହରାଇ ଥାନ୍ତି, ମାଉସୀ ଲୋ କୁଆଡ଼େ ଯାଉଛୁ, କାହାପାଇଁ ଦାଣ୍ଡ ଓଳାଉଛୁ ବୋଲି ଅନ୍ୟ ମହିଳା ମାନେ ପଚାରି ଥାନ୍ତି ପ୍ରଶ୍ନ, ସେ ମହିଳା ଉତର ଦେଇଥାନ୍ତି ମୋ ପୁଅ ପାଇଁ, ବୋହୁପାଇଁ, ଝିଅ ଜ୍ୱାଇଁ ପାଇଁ, ନାତିନାତୁଣୀ ପାଇଁ ଓଳାଉଛି କହି ଅଧା ବାଟରୁ ଫେରି ଆସିଥାନ୍ତି,ଏଇ ଭଳି ଭାବେ ଆଠଗଡରେ ଦାଣ୍ଡ ପହଁରା ଓଷା ଆଜି ଶେଷ ହୋଇଛି।

ସମ୍ପାଦନା – ମନୋରଞ୍ଜନ ମହାପାତ୍ର

Leave a comment

Your email address will not be published. Required fields are marked *