#Breaking News #District

ଗନ୍ଦିଆ ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ


ଗନ୍ଦିଆ ( ଉଲ୍ଲାପ୍ର )ଗଁଦିଆ ବ୍ଲକ୍ ଅଧିନସ୍ଥ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବେଗା ଠାରେ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ, ଦି ନେସନାଲ ଟ୍ରଷ୍ଟ , ପ୍ରିୟ, ବି.ଆର. ଆମ୍ବେଦ କର ୱେଲଫେଆର କ୍ଲବ ମିଳିତାନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଅଛି। ଉକ୍ତ ଦିବସରେ ଯୋଗ ଶିକ୍ଷକ ଅକ୍ଷୟ କୁମାର ଲେଙ୍କା,କ୍ଲବ ର ୬୦ ଜଣ ସଭ୍ୟ ସଭ୍ୟା ଓ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୭୨ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୋଗ ପ୍ରଶିକ୍ଷଣ କରାଇଥିଲେ। ଉକ୍ତ ଦିବସରେ ପ୍ରିୟ ର ନିର୍ଦ୍ଦେଶକ ଟଙ୍କଧର ବାରିକ ସ୍ୱାସ୍ଥ୍ୟ ପକ୍ଷେ ଯୋଗର ଆବଶ୍ୟକତାକୁ ବୁଝାଇ କହିଥିଲେ। ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ସାହୁ ଓ ପ୍ରଧାନ ଶିକ୍ଷକ ଯୋଗର ଉପାଦେୟତା ବୁଝାଇ କହିଥିଲେ। ଉକ୍ତ କାଯ୍ୟକ୍ରମରେ ଇଲନ ପ୍ରଭା ସେନାପତି, ସୌଭାଗ୍ୟଲକ୍ଷ୍ମି ତରାଇ, ସ୍ୱାଗତିକା ରାଉତ, ଅନ୍ନପୂର୍ଣା ଧଳ, ପର୍ଶୁରାମ ଦାସ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *