#Breaking News

ବାଂଲାଦେଶ ର ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ବଜରଙ୍ଗ ଦଳ ତରଫରୁ ରାଷ୍ଟ୍ରପତି ଙ୍କୁ ଦାବିପତ୍ର

ଢେଙ୍କାନାଳ(ଉଲାପ୍ର)ବର୍ତ୍ତମାନ ହିନ୍ଦୁମାନେ ବିଭିନ୍ନ ରାଷ୍ଟ୍ରମାନଙ୍କରେ ଅବହେଳିତ ହୋଇଆସୁଥିବାର ଖବର ଦେଖିବାକୁ ମିଳୁଛି । ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ ଭଳି ମୁସଲମାନ ପ୍ରଧାନ ଦେଶ ମାନଙ୍କରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି । ନିକଟ ଅତୀତରେ ବାଂଲାଦେଶ ରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାର ସବୁ ସୀମା ପାର କରିଦେଇଛି । ବାଂଲାଦେଶ ରେ ବଳପୂର୍ବକ ଭାବେ ମା ଦୁର୍ଗାଙ୍କର ମନ୍ଦିର ଭିତରେ ପଶି ମାଙ୍କର ମୂର୍ତ୍ତିକୁ ଭାଙ୍ଗିବା, ହିନ୍ଦୁ ନାବାଳିକା ମାନଙ୍କୁ ବଳାତ୍କାର କରି ହତ୍ୟାକାରିବା ଭଳି ଘଟଣା ହିନ୍ଦୁମାନଙ୍କ ମନରେ ଗଭୀର କୁଠାରଘାତ କରିଅଛି । ଏହିସବୁ ଘଟଣା ରେ ମହାମହିମ ରାଷ୍ଟ୍ରପତି ଦୃଷ୍ଟିଦେବାସହ ବିଭିନ୍ନ ଚାପ ବଳରେ ହିନ୍ଦୁମାନଙ୍କୁ ରକ୍ଷାକରିବା ପାଇଁ ଆଜି ଢେଙ୍କାନାଳ ବଜରଙ୍ଗ ଦଳ ତରଫରୁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଦଳର ଉମେଶ ଚନ୍ଦ୍ର ସାହୁ, ନିରାକାର ମଲିକ,ଜିତେନ୍ଦ୍ର ବେହେରା ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *