#Breaking News #District

ସ୍ୱଦେଶୀ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ, ସ୍ୱାବଲମ୍ବୀ ଅଭିଯାନ ଓ ବୈଦ୍ୟ ଶାଳାର ବଲାଙ୍ଗିର ଠାରେ କର୍ମଶାଳା ଆୟୋଜନ

ବୌଦ୍ଧ ( ଉଲ୍ଲାପ୍ର )- ଗଞ୍ଜାମ ଜିଲ୍ଲାର ଛତ୍ରପୁର ସ୍ଵଦେଶୀ ହର୍ବାଲ ଫାଉଣ୍ଡେସନ ଓ ବୈଦ୍ୟଶାଲା ଆନୁକୁଲ୍ୟରେ, ବୌଦ୍ଧ ଜିଲ୍ଲା ର ମାହେଶ୍ଵରୀ ଗୋଶାଳା ଓ ଜରା ଆଶ୍ରମ, ଦନ୍ତାପାଲି ଆୟୋଜନରେ, ବଲାଙ୍ଗିର ଜିଲ୍ଲା ପଥାର ଚେପା ସ୍ଥିତ ଅନ୍ଧ ମୂକ ବଧିର ସ୍କୁଲ ଠାରେ ଶିବିର ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବାବା ନିତ୍ୟାନନ୍ଦ ଦାସ ମୁଖ୍ୟ ବକ୍ତା ଭାବେ ବୈଦ୍ୟ ବିଶାରଦ କୃଷ୍ଣ ଚଦ୍ର ସିଂ ବାବୁ,ମୁଖ୍ୟ ପ୍ରଶିକ୍ଷକ ଭାବରେ ବୈଦ୍ୟ ଶାଲା ର ପ୍ରତିଷ୍ଠାତା ଡ଼ା. ନିରାକାର ବେହେରା,ସମ୍ମାନିତ ଅତିଥି ଭାବେ ରାଜ୍ୟ ସଂଜଯୋକ କୃତ୍ତିବାସ୍ ପଲିଆ, ସହ ସଂଯୋଜକ ଶ୍ରୀ ବଲ୍ଲଭ ପ୍ରସାଦ ନାୟକ ମଞ୍ଚାଷିନ ଥିଲେ l ବଲାଙ୍ଗିର ଜିଲ୍ଲା ଆବାହକ ଧନଞ୍ଜୟ ବାଗ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ l ବଲାଙ୍ଗିର ଜିଲ୍ଲା ଓ ନୂଆପଡ଼ା୍ ଜିଲ୍ଲା ର ବିଭିନ୍ନ ବ୍ଲକ ଓ ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ବୈଦ୍ୟ ଅଂଶ ଗ୍ରହଣ କରି ପ୍ରଶିକ୍ଷଣ ନେଇଥିଲେ l ବିଭିନ୍ନ ଆଲୋଚନା ପ୍ରକାରେ ପ୍ରତ୍ୟେକ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ବୈଦ୍ୟ ଶାଲା ଗଠନ କରି ପ୍ରାକୃତିକ ଚିକିତ୍ସା ଓ ଆୟୁର୍ବେଦ ଚିକିତ୍ସା କୁ ପ୍ରଚାର ପ୍ରସାର କରିବା ସହ ସ୍ୱାଭିମାନ ସହିତ ସ୍ୱାବଲମ୍ବୀ ହୋଈ ପାରିବା ପାଇଁ ଡ଼ା ବେହେରା ପ୍ରତିଶୃତି ଦେଇଥିଲେ l ପ୍ରଶିକ୍ଷଣ ପରେ ଆସିଥିବା ପୂରାତନ ରୋଗୀ ମାନଙ୍କୁ ଚିକିତ୍ସା କରାଯାଇଥିଲା l ଶେଷରେ ବଲାଙ୍ଗିର ନଗର ସଂଯୋଜନ ପ୍ରଶାନ୍ତ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନ୍ଧ ମୂକ ବଧିର ସ୍କୁଲ ର ମୁଖ୍ୟ ବିଭୁତି ଜେନା ଓ କର୍ମଚାରୀ ମାନେ ସକ୍ରିୟ ସହିଯୋଗ କରିଥିଲେ l
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଉଦୟ ଲାବଣ୍ୟ ଡଟକମ

Leave a comment

Your email address will not be published. Required fields are marked *