#Headlines

ବଡମ୍ବା ରେ ସ୍ୱାଧୀନତା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଡମ୍ବା,(ଉଲାପ୍ର)ବଡମ୍ବା ଟେନିସ୍ ପଡିଆରେ ୭୪ତମ ସ୍ଵାଧୀନତା ଦିବସ ନିରାଡମ୍ବର ସହକାରେ ପାଳନ କରାଯିବ। ଏଥି ପାଇଁ ଏକ ପ୍ରସ୍ତୁତି ବୈଠକ ତହସିଲଦାର ଅନିଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତାଦିବସ ପାଳନ ଦିନ କେବଳ ଜାତୀୟ ପତାକା ସହ ଜାତୀୟ ସଙ୍ଗୀତ ଗାନ କରାଯିବ। ସମୂହ ପ୍ୟାରେଡ ହେବ ନାହିଁ। ଏହି ବୈଠକରେ ବଡମ୍ବା ନାଗରୀକ ମଞ୍ଚ ସଭାପତି ଅମିୟ କୁମାର ପଟ୍ଟନାୟକ, ଦୀପକ କୁମାର ସାହୁ, ଦେବରାଜ ପାଟ୍ଟଶାଣୀ, ରମେଶ ଚନ୍ଦ୍ର ବେହେରା, ସନ୍ତୋଷ ପଟ୍ଟନାୟକ, ନାରାୟଣ ଦାସ, ଦିଲ୍ଲୀପ କୁମାର ସାମନ୍ତ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Leave a comment

Your email address will not be published. Required fields are marked *