#Breaking News

ବାଇକ ଦୁର୍ଘଟଣା :ଜଣେ ମୃତ୍ୟୁ :ଜଣେ ଗୁରୁତର


ବାଲିଗୁଡା,୧୪/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାର ଦାସିଙ୍ଗବାଡ଼ି ଗ୍ରାମ ନିକଟ ମିଡିୟୁବାନ୍ଦା ବୁଲାଣିରେ ବାଇକ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ରେ ଆଉ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।ତାଜୁଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିକରମାହା ଗ୍ରାମର ରାଜକିଶୋର ପ୍ରଧାନ , ପୁଅ ଲାଲୁ ପ୍ରଧାନ ଓ ସମ୍ପର୍କୀୟ ବିଶ୍ୱ ମଲିକ ଏକ ବାଇକରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ । କାମସାରି ଅପରାହ୍ନରେ ଗାଁ କୁ ଫେରୁଥିବା ସମୟରେ ଦାସିଙ୍ଗବାଡ଼ି ଗ୍ରାମ ନିକଟ ମିଡିୟୁବାନ୍ଦା ବୁଲାଣିରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବଡ଼ ପଥରକୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ଚାଳକ ରାଜକିଶୋର ପ୍ରଧାନଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଲାଲୁ ପ୍ରଧାନ (୧୨) ଓ ସମ୍ପର୍କୀୟ ବିଶ୍ୱ ମଲିକ (୩୫) ଗୁରୁତର ଆହତ ହୋଇଥିଲେ ।ଗୁରୁତର ଆହତ ବିଶ୍ୱ ମଲିକଙ୍କୁ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଦାରିଙ୍ଗବାଡ଼ି ଥାନା ଏସଆଇ ସୌମ୍ୟରଂଜନ ଜେନା ଘଟଣା ସ୍ଥଳରେ ପହଂଚି ଥିଲେ । ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Leave a comment

Your email address will not be published. Required fields are marked *