ଓଡ଼ିଶାର ୬ଟି ମେଡିକାଲ୍‍ ସମେତ ୪୯ଟି ଡାକ୍ତରଖାନାକୁ ଆସନ୍ତା ୫ ବର୍ଷ ମଧ୍ୟରେ ମେଡିକାଲ୍‍ କଲେଜରେ ପରିଣତ ହେବ

admin | December 26, 2019 | 47 views |0 | Exclusive

ଭୁବନେଶ୍ବର : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଦେଶର ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଥିବା ୭୫ଟି ଡାକ୍ତରଖାନାକୁ ପର୍ଯ୍ୟାୟକ୍ରମେ ମେଡିକାଲ୍‍ କଲେଜରେ ପରିଣତ କରାଯିବ। ଓଡ଼ିଶାର ୬ଟି ମେଡିକାଲ୍‍ ସମେତ ୪୯ଟି ଡାକ୍ତରଖାନାକୁ ଆସନ୍ତା ୫ ବର୍ଷ ମଧ୍ୟରେ ମେଡିକାଲ୍‍ କଲେଜରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।  ସେହିପରି ଓଡ଼ିଶାରେ ଆଉ
ଦୁଇଟି ସରକାରୀ ମେଡିକାଲ୍‍ କଲେଜ୍‍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବ ଉପରେ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି ବୋଲି ସେ କହିଛନ୍ତି । ବୁଧବାର ଭୁବନେଶ୍ୱରର ଏମ୍‍ସ୍‍ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିବା ଅବସରରେ ସେ ଏହା କହିଛନ୍ତି । କେନ୍ଦ୍ର ସରକାର ଓଡ଼ିଶାର ୧୦ଟି ଜିଲ୍ଲା ବଲାଙ୍ଗିର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଏବଂ ରାୟଗଡ଼ା ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସ୍ଥାନିତ କରିଛନ୍ତି। ସେହିପରି ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶା ସରକାର ଲାଗୁ କରିବାପାଇଁ ସେ ପୁଣି ଥରେ ଦୋହରାଇଛନ୍ତି। ସାରା ଦେଶର ୫୫ କୋଟି ଲୋକ ଏହି ଯୋଜନା ଅଧୀନରେ ମାଗଣା ସ୍ୱାସ୍ଥ୍ୟସେବା ପାଇବାପାଇଁ  ତାଲିକାଭୁକ୍ତ ହୋଇଛନ୍ତି । ସେହିପରି ଗତ ଏକବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨୦ ହଜାର ହସ୍ପିଟାଲରେ ୭୦ ଲକ୍ଷ ଲୋକ ମାଗଣା ସ୍ୱାସ୍ଥ୍ୟ ସୁବିଧା ପାଇପାରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଦେଢ଼ ଲକ୍ଷ୍ୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା କରିବାପାଇଁ ଯୋଜନା କରିଛନ୍ତି । ବର୍ତ୍ତମାନ ସେଥିମଧ୍ୟରୁ ୨୫ ହଜାର କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ଡକ୍ଟର  ହର୍ଷବର୍ଦ୍ଧନ କହିଛନ୍ତି ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 29 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 295 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories