#Breaking News #Uncategorized

ବାତ୍ୟ ।କ୍ଷତିଗ୍ରସ୍ତ ପରିବାରକୁ ସହାୟତା ମିଳିନି


ଫୁଲ ବାଣୀ- (ସୁନୀଲ ପଟନାୟକ)
ଗତ ୨୯ରେ ପ୍ରବଳ ବର୍ଷା ଓ ପବନ6 ବ।ହିବା ଫଳରେ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ କୁଶୁମେଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ତ ପିପଲସାହିର ରମେଶ ଚନ୍ଦ୍ରଗଣ୍ଡା,ଓ ଶତୃଘ୍ନ
ନାଏକଙ୍କ ଘର ର ଛାତ ସଂପୂର୍ଣ୍ଣ ଉଡି ଯାଇଛି। ଫଳରେ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ।
ଆଗକୁ ବର୍ଷାଦିନ ଘର ଉପରେ ଛାତ ନାହିଁ ପିଲା ଛୁଆ ଧରି ରହିବେ କେମିତି? ଏପଟେ ଲକଡ଼ାଉନ ଯୋଗୁଁ କାମ ଧନ୍ଦା । ବର୍ଷେ ହେଲାଣି ନାହିଁ କହିଲେ ଚଳେ।ମରାମତି କରିବାଲାଗିପାଖରେ ପଇସାଟିଏ ନାହିଁ।
ଏପଟେ ସରକାରୀ ସହାୟତା କିଛି ମିଳିନି ।
ଲାଇନ ପଡ଼ା ଆରଆଇ ଆସି ଆଜି ତଦନ୍ତ କରିଥିବା ଜଣାପଡିଛି ।
ଏହି ଦୁଇ ଗରୀବ କ୍ଷତିଗସ୍ତ ପରିବାରକୁ ଅତି ଶିଘ୍ର ସରକାରୀ ସହାୟତା ଯୋଗାଇଦେବା ଲାଗି କୁସୁମେଣ୍ଡି ସମିତି ସଭ୍ୟ ଶିବ ଶଙ୍କର ପ୍ରଧାନ ଦାବୀ କରିଛନ୍ତି ।
ଚକାପାଦ ତହସିଲଦାର ମଧୁସ୍ମିତ। ବେହେରା ଏଥିପ୍ରତି ଦୃଷ୍ଟିଦେଇ ଅନ୍ତତଃବର୍ଷା ପୂର୍ବରୁ ତୁରନ୍ତ ଆର୍ଥୀକ ସହାୟତା ଯୋଗାଇଦେଲେ ହୁଏ ତ ଏହି ଦୁଇ ପରିବାରଙ୍କ ଦୁଃଖ ଲାଘବ ହୋଇପାରନ୍ତା ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି ।

Leave a comment

Your email address will not be published. Required fields are marked *