#Breaking News

ଦାରିଙ୍ଗବାଡ଼ି ଟେକାବାଡ଼ି ଘାଟିରେ ଅଟୋ ଓଲଟି ଆଠ ଜଣ ଗୁରୁତର


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ଗ୍ରାମର ପ୍ରାୟ ବାର ଜଣ ଏକ ଅଟୋରେ କୋଟ ଗଡ଼ ବ୍ଳକରମା ଲାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲକିସୀତାଗୁଡ଼ା ଗ୍ରାମକୁ ଏକ ମରଣ ଘରକୁ ଯାଇ ଫେରୁଥିଲେ ଦାସିଙ୍ଗବାଡ଼ି ଗ୍ରାମକୁ । ଦାସିଙ୍ଗବାଡ଼ି ଗ୍ରାମ ନିକଟ ଟେକାବାଡ଼ି ଘାଟିରେ ଭାରସାମ୍ୟ ହରାଇ ଅଟୋ ଓଲଟି ଖାଳରେ ପଡ଼ି ଦୁର୍ଘଟଣା ହୋଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଏହାତ ଆଠ ଜଣଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେମାନେ ହେଲେ ସନ୍ୟାସି ନାୟକ(୪୭), ଶାନ୍ତ କୁମାର ସିଂ(୨୮) ,ନିରଞ୍ଜନ ନାୟକ(୨୯),ଯୁବି ନାୟକ(୩୫),ସତ୍ୟବାନ ସିଂ(୫୦), ସୁଧାରାଣି ନାୟକ(୩୬) , ମିଥୁନ ସିଂ(୩୧)ଓ ତିନି ବର୍ଷ ର ଶିଶୁ ଯୁସମନ୍ତ(୩) ଅଛନ୍ତି । ଏଥିମଧ୍ୟରୁ ଦୁଇଜଣ ଜୁବି ନାୟକ ଓ ସୁଧାରାଣି ନାୟକଙ୍କୁ ବାଲିଗୁଡା ରେଫର କରl ଯାଇ ବା ଜଣାପଡ଼ିଛି ।

Leave a comment

Your email address will not be published. Required fields are marked *