#Uncategorized

ଆଜିର ଖବର ୧- ଭୁବନେଶ୍ୱର: ଜାଡ,ବର୍ଷା ମାଡ଼ରେ ଥରୁଛି ଓଡ଼ିଶା । ୪୮ଘଣ୍ଟା ପରେ ଆହୁରି ଖସିବ ପାରଦ ୪ଦିନ ପ୍ରବଳ କୁହୁଡି । ସତର୍କତା ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଅମଳ ଧାନ ସୁରକ୍ଷା ଏବଂ ନିରାଶ୍ରୟଙ୍କୁ ସ୍ଥାନାନ୍ତର ଚିନ୍ତା । ୨- ବଗଦାତ୍ : ଆମେରିକାରେ ବିମାନ ଆକ୍ରମଣରେ ସେନା କମାଣ୍ଡର ମୃତ । ଯୁଦ୍ଧ ପାଇଁ ଇରାନ୍ ର ସଜବାଜ । ମଧ୍ୟ ପ୍ରାଚ୍ୟରେ ତ୍ରିବ ଉତ୍ତେଜନା ସହ ବିଶ୍ଵର ନେତା ମଧ୍ୟ ଚିନ୍ତିତ ଅଛନ୍ତି । ଟ୍ରମ୍ପଙ୍କ ନିର୍ଦ୍ଦେଶରେ ହୋଇଛି ଆକ୍ରମଣ ହୋଇଛି ବୋଲି ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି । ରାସ୍ତାରେ ଇରାନବାସୀଙ୍କ ଆମେରିକା ବିରୋଧୀ ବିକ୍ଷୋଭ । ନୂଆ କମାଣ୍ଡର ନିଯୁକ୍ତି,ଯୁଦ୍ଧ ପାଇଁ ଇରାନର ଆହ୍ବାନ କରିଛନ୍ତି । ଶାନ୍ତି ବଜାୟ ରଖିବାକୁ ଭାରତର ନିବେଦନ । ମୃତ କମାଣ୍ଡର କାସିମ୍ ସୋଲେମନି ଥିଲେ ସବୁଠୁ ଲୋକପ୍ରିୟ । ୩- ନୂଆଦିଲ୍ଲୀ: ଅଶୋଧିତ ତୈଳ ମୂଲ୍ୟ ୪%ବୃଦ୍ଧି । ପେଟ୍ରୋଲ,ଡିଜେଲ୍ ମହଙ୍ଗା । ୪- ମଥୁରା ନଗରୀ : ବରଗଡ଼ ଧନୁଯାତ୍ରାରେ ପୁତନା ଓ ଷଡମଲ୍ଲ ନିହତ ହେବାରୁ କଂସଙ୍କୁ ଆସନ୍ନ ମୃତ୍ୟୁ ଚିନ୍ତାରେ ପକାଇଛି, ଗୋପପୁରରେ କୃଷ୍ଣ ଲୀଳା । ୫- ବାଲେଶ୍ଵର : ୫ ତାରିଖରୁ ଖୋଲିବ ରାଜଭବନ ଉଦ୍ୟାନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିଡ଼ମୁକ୍ତ ପ୍ରବେଶ ପାଇଁ ମୋବାଇଲ ଆପ୍ । ୬- ଖୋର୍ଦ୍ଧା : ଡାକ୍ତର ମାନସ ଦାସଙ୍କୁ ଗୁଳିମାଡ଼ ଘଟଣା । ସନ୍ଦିଗ୍ଧର ସ୍କେଚ୍ ଜାରି କଲା ପୋଲିସ । ସୂଚନା ଦେଲେ ମିଳିବ ପୁରସ୍କାର ବୋଲି ଏସପି କହିଛନ୍ତି । ୭- ଭୁବନେଶ୍ୱର: ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସମାଗମ । ନଳବଣକୁ ଆସିଛନ୍ତି ୧୧୪ ପ୍ରଜାତି । ଗଣନା ଛୁଇଁ ଲାଣି୧୦.୭୦ ଲକ୍ଷ । ନୂଆ ସ୍ଥାନକୁ ଡଲଫିନଙ୍କ ଆଦର ବଢ଼ୁଛି । ଗଣନାରେ ବାଧକ ସାଜୁଛି ମେଘୁଆ ପାଗ । ୮- ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୯- ବେଙ୍ଗାଲୁରୁ : ୧୦୭ତମ ଭାରତ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୃଷି କାର୍ଯ୍ୟକୁ ସହଯୋଗ ଲାଗି ଆନ୍ଦୋଳନ ହେଉ l ୧୦- କୋଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନା ପାକିସ୍ତାନର ରାଷ୍ଟ୍ରଦୂତ ଭଳି ବ୍ୟବହାର କରୁଥିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ୧୧- ଭୁବନେଶ୍ୱର : ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିଲେ କ୍ରେଡାଇ ସଦସ୍ୟ । ଗୃହ ନିର୍ମାଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବ । ୧୨- ଯୋଧପୁର : ଅମିତ୍ ଶାହଙ୍କ ଦୃଢୋକ୍ତି । ସିଏଏରୁ ଇଞ୍ଚେ ବି ପଛକୁ ହଟିବନି ବିଜେପି । ୧୩- ନୂଆଦିଲ୍ଲୀ : ଆଇଏନ୍ ଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରୁ ବାହାରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି . ଚିଦାମ୍ବରମଙ୍କ ପୁଣି ଇଡି ଜେରା କଲେ । ୧୪- ଭୁବନେଶ୍ୱର: ଦାବିକଲା ବିଏମସି ଭୁବନେଶ୍ୱର ସମ୍ପୂର୍ଣ୍ଣ ଖୋଲା ମଳତ୍ୟାଗ ମୁକ୍ତ ସହର । ଓଡିଏଫ ପ୍ଲାସ୍ ମାନ୍ୟତା ନେଇ ଘୋଷଣା କଲା । ତୃତୀୟ ପକ୍ଷ ଏହାକୁ ଯାଞ୍ଚ କରିପାରିବେ । ଏପ୍ରିଲ ସୁଦ୍ଧା ୨୦ ପ୍ରମୁଖ ସ୍ଥାନମାନଙ୍କ ର ଖୋଲାଯିବ ପରିସ୍ରାଗାର ।

Leave a comment

Your email address will not be published. Required fields are marked *