#Breaking News #Uncategorized

ଦେଶବାସୀଙ୍କୁ ଧର୍ମେନ୍ଦ୍ରଙ୍କ ଝଟକା, କହିଲେ କମିବନି ପେଟ୍ରୋଲ ଦର

ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଦିନୁକ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ଏମିତିକି ଭାରତର କିଛି ସହରରେ ପେଟ୍ରୋଲ୍ ଦର ଲି. ପ୍ରତି ୧୦୦ ଟଙ୍କା ଟପିଛି । ବଢୁଥିବା ତୖେଳ ଦରକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ। ଏଭଳି ସମୟରେ ପେଟ୍ରୋଲ୍ ଓ ଡିଜେଲ୍ ଦରରୁ ନିସ୍ତାର ମିଳିବ ନାହିଁ ବୋଲି କହିଛନ୍ତି ପେଟ୍ରାେଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁଜୁରାଟରେ କେନ୍ଦ୍ର ମନ୍ତ୍ରୀଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଜବାବ ଦେବାକୁ ଯାଇ ସେ କହିଛନ୍ତି, ସରକାରଙ୍କର ଆମଦାନୀ ଏବେ ଖୁବ୍ କମି ଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଆମଦାନୀ କମିଥିବା ବେଳେ ୨୦୨୧-୨୨ ବର୍ଷରେ ମଧ୍ୟ ଏହା କମ୍ ରହିବାର ଆଶଙ୍କା ରହିଛି । ଏବେ ଆମଦାନୀ କମିବା ସହ ସରକାରଙ୍କର ଖର୍ଚ୍ଚ ମଧ୍ୟ ବଢୁଛି ।

ହେଲଥ ସେକ୍ଟରରେ ଖର୍ଚ୍ଚ ବଢୁଥିବା ବେଳେ ଜନମଙ୍ଗଳ କାର୍ଯ୍ୟରେ ମଧ୍ୟ ସରକାର ଖର୍ଚ୍ଚ କରୁଛନ୍ତି । ଏଭଳି ସ୍ଥଳେ ପେଟ୍ରୋଲ୍ ଓ ଡିଜେଲ୍ ର ଦାମ୍ କମ୍ କରିବାର ଏହା ଉପଯୁକ୍ତ ସମୟ ନୁହେଁ । ତୈଳ ଦର ବଢିବାର ମୁଖ୍ୟ କାରଣ ଅନ୍ତରାଷ୍ଟ୍ରୀୟ ବଜାର । ବଜାରରେ କଞ୍ଚା ତେଲର ମୂଲ୍ୟ ବ୍ୟାରେଲ୍ ପ୍ରତି ୭୦ ଡଲାରରେ ପହଞ୍ଚିଛି । ଯାହା ଫଳରେ ପେଟ୍ରୋଲ୍ ଓ ଡିଜେଲ୍ ଦର ମଧ୍ୟ ବଢୁଛି ।

ତେବେ ଏହା ପୂର୍ବରୁ ନୀତି ଆୟୋଗର ଭାଇସ୍ ଚେୟାରମ୍ୟାନ୍ ରାଜୀବ କୁମାର କହିଥିଲେ ଯେ ତୖେଳ ଦର ବୃଦ୍ଧି ନେଇ ସରକାରଙ୍କୁ କିଛି କରିବା ଉଚିତ୍ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *