#Breaking News

କନ୍ଧମାଳର କନ୍ଧ ଆଳୁର ଚାହିଦା ବେଶି ହେଲେ ପ୍ରୋତ୍ସାହନ ନାହିଁ


ଫୁଲବାଣୀ–(ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ରେ ଉତ୍ପାଦିତ ମାଳଆଳୁ ବା କନ୍ଧ ଆଳୁ ର ବେଶ ଚାହିଦା ରହିଛି । ରାଜ୍ୟ ବାହାରକୁ ଏପରିକି ବିଦେଶକୁ ମଧ୍ଯ ର ପ୍ତାନୀ ହେଉଛି ଏହି କନ୍ଧ ଆଳୁ । ସଂପୂର୍ଣ୍ଣ ଦେଶି ପଦ୍ଧତିରେ ଆଉ ବିନାସାର ଓ କୀଟନାଶକ ରେ ମାଳଆଳୁ ଉତ୍ପାଦନ କରାଯାଉଥିବାରୁ ଏହା ସମସ୍ତ କର ପସନ୍ଦ ପାଲଟିଛି ସରକାରଙ୍କ ପକ୍ଷରୁ ପ୍ରୋ ତ୍ସା
ହନ ମିଳିଲେ ଏହି ମାଳଆଳୁ ର ଉତ୍ପାଦନ ବଢିପାରନ୍ତ । ।
ଏହା ଦେଖିବାକୁ ଖୁବ ଛୋଟ ଆଉ ବାଟି ପରି ଗୋଲଗୋଲ । ଏହା କନ୍ଧମାଳଆଳୁନାରେ ପରିଚିତ। ହେଲେ କେହି କେହି ବନ୍ଧ ଗଡ ଆଳୁ,ଓ ଠୁରିଆଳୁ ବି କହୁଛନ୍ତି ।। ବିନାସାର ଓ କୀଟନାଶକ ରେ ସଂପୂର୍ଣ୍ଣ ଦେଶି ପଦ୍ଧତ୍ତିରେ ଏହି ଆଳୁ ଚାଷ କରାଯାଇଥାଏ । ଏହି ଆଳୁରେ ଶର୍କରା ଅଂଶ ବହୁତ କମ ଥିବାରୁ ଡାଇବେଟିସ ରୋଗୀ ମଧ୍ୟ ଏହି ଆଳୁ ଖାଆନ୍ତି । ଜିଲ୍ଲାରେ ଆଦିବାସୀମାନେ ଏହି ଆଳୁ ଘରେ ଖାଇବା ସହ ସଂପର୍କୀ ୟ ମାନଙ୍କୁ ଦେବାଲାଗି ଏହି ଆଳୁ ଚାଷ କରି ଥାନ୍ତି ।
ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିନା ଶୀତଳଭଣ୍ଡାରରେ ଏହି ଆଳୁ ପାଖାପାଖି ୮ ମାସରୁ ବର୍ଷେ ଯାଏ ରହିଥାଏ। କନ୍ଧମାଳଚାଷୀ ଏହି ଆଳୁ ଉତ୍ପାଦନ କରିବାପରେ ନିଜ ପରିବାର ରେଖାଇବା ପାଇଁ ସାଇତି ରଖିବା ସହ ବଳକା ଆଳୁକୁ ବିକ୍ରିକରିଥାନ୍ତି। ବଜାରରେ ପୂର୍ବରୁ ଏହି ମାଳଆଳୁ କିଲୋ ୨୫ରୁ ୩୦ ଟଙ୍କା ଲେଖାଏଁ ହେଉଥିବାବେଳେ ଏଥର କରେ । ନା ପାଇଁଁ ଚାଷକମ ହୋଇଥିବାରୁ ଦର ଆକାଶ ଛୁଆଁ ହୋଇଛି। ଏହି ବର୍ଷ ମାଳ ଅ।ଳୁ କିଲେ। ୫ 0ଟଙ୍କା ରହିଛିବଜାରରେ। ତଥାପି ଲୋକେ ଦରକୁ ନ ଦେଖି କିଣି ନେଉଛନ୍ତି। ତେବେ ମାଳଆଳୁ ଚାଷ ପାଇଁ କୌଣସି ପ୍ରୋସାହନ ନାହିଁ। ଚାଷୀ ନିଜ ଅର୍ଥରେ ଏହି ଚାଷ କରୁଛନ୍ତି। ଏଣୁ ବହୁତ କମ ଚାଷୀ ଏହି ମାଳଆଳୁ ଚାଷ କରୁଥିବାରୁ ଚାହିଦା ଅନୁଯାୟୀ ଆଳୁ ମିଳୁନି ବଜାରରେ । ତେବେ କନ୍ଧ ଆଳୁ କରୁଥିବା ଚାଷୀଙ୍କୁ ପ୍ରୋସାହନ ଦିଆଯିବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଉଦ୍ୟାନ ବିଭାଗ ଉପନିବେଶକ ।
ବିନାସାର କୀଟନାଶକ ରେ ଉତ୍ପାଦିତ ମାଳଆଳୁ ଚାଷୀଙ୍କୁ ସରକାରୀ ପ୍ରୋସାହନ କେବେ ମିଳିବ ତାକୁ ଅପେକ୍ଷା ।

Leave a comment

Your email address will not be published. Required fields are marked *