#Breaking News

ଯୁଗାନ୍ତର ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସଵ,ସାଧନାର ସ୍ୱରୂପ ସମ୍ପାଦକ ପାଇଲେ, ଉତ୍କଳ ପ୍ରଭା ସମ୍ମାନ ୨୦୨୨

ଯାଜପୁର(ଉଲାପ୍ର):ଓଡ଼ିଶାର ପୁରାତନ ପ୍ରତିଷ୍ଠିତ ଅନୁଷ୍ଠାନ ବଡଚଣା ବ୍ଲକ ଅନ୍ତର୍ଗତ ବାଲିକୁଦା ଠାରେ ଯୁଗାନ୍ତର ସାଂସ୍କୃତିକ ପରିଷଦଆନୁକୂଲ୍ୟରେ ୮୬ତମ ଉତ୍କଳ ଦିବସ ଓ ପରିଷଦର ବାର୍ଷିକ ଉତ୍ସଵ ସଭାପତି କିଶୋର ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।ଚଳିତ ବର୍ଷ ପରିଷଦର ସର୍ବଶ୍ରେଷ୍ଟ ସମ୍ମାନ ,,ଉତ୍କଳ ପ୍ରଭା ସମ୍ମାନ-୨୦୨୨ ,ମାସିକ ଅଗ୍ରଣୀ ସମ୍ବାଦପତ୍ର ସାଧନାର ସ୍ୱରୂପ ,ର ସମ୍ପାଦକ ଶ୍ରୀଯୁକ୍ତ ଦେଵବ୍ରତ ଦେବତାଙ୍କୁ ମିଳିଛି ,ଏହି ଅବସରରେ ଶ୍ରୀ ଯୁକ୍ତ ଦେଵତା ପରିଷଦକୁ କୃତଜ୍ଞତା ଜଣାଇଥିଲେ ।ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ କୁଳପତି ଡ଼.କୁମର ବର ଦାସ ,ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପବିତ୍ର ସୁବୁଦ୍ଧି ,ଯୋଗ ଦେଇ ଯେଉଁ ଜାତି ନିଜ ମାତୃଭାଷା ଓ ସାହିତ୍ୟ ସଂସ୍କୃତିରେ ସମୃଦ୍ଧ ,ସେହି ରାଜ୍ୟ ସେତେ ବିକଶିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରଧ୍ୟାପକରବୀନ୍ଦ୍ର କୁମାର ସାମଲ ,ବିଶ୍ୱେଶ୍ୱର ମହାନ୍ତି ଓ କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।ପରିଷଦର ସମ୍ପାଦକ ଡ଼.ଭାଗ୍ୟଧର ସାହୁ ପ୍ରାରମ୍ଭିକ ସୂଚନା ଓ ସମ୍ପଦକୀୟ ବିବରଣୀ ପାଠ କରିଥିବାବେଳେ ବିଧାନ ଚନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ ,ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ମାନଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା।ସେମାନେ ହେଲେ ଯୁଗାନ୍ତର ବରିଷ୍ଠ ସଦସ୍ୟ ଶୂଭମୋହନ ମହାପାତ୍ର ,ଦାମୋଦର ନାୟକ, ନାଗାର୍ଜୁନ ଜେନା ,ଶରତଚନ୍ଦ୍ର ସାହୁ, ଅଭିମନ୍ୟୁ ଶତପଥୀ ,ଉଦିୟମାନ ର ସମ୍ପାଦକ ଅନିଲ କୁମାର ଦାସ ଓ ଅନନ୍ୟା ବଳ।।ଏହି ଉତ୍ସଵରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ବେଳେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲା ,ପରେ ପରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବି କବୟତ୍ରୀ ମାନଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା ।ଶେଷରେ ରାମ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

Your email address will not be published. Required fields are marked *