#Breaking News

ଆଖିଦୁଶିଆ ଉନ୍ନୟନ ହେଉନି କନ୍ଧମାଳ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ . . ବିଜେପି


ଫୁଲ ବାଣୀ- (ସୁନୀଲ ପଟନାୟକ)
ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାରେ ଆଖି ଦୃଶିଆ ଉନ୍ନତି ହୋଇପାରିନି ଏ ଯାଏଁ । ଲୋକେ ଏବେ ବି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ଦୁର୍ବିସହ ଜୀବନ ଜିଉଁଛନ୍ତି ।
ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ । ପାତରଅନ୍ତର ଯୋଗୁଁ କନ୍ଧମାଳ ଜିଲ୍ଲାରେ ଆଖିଦୁଶିଆ ଉନ୍ନତି ହୋଇପାରୁନି ବୋଲି ବିଜେପିର ବରୀଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଆଜି ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଅର୍ଭିଯୋଗ କରିଛନ୍ତି । ସେହିପରି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡିଛି,ବହୁ ଡାକ୍ତର, ବିଶେଷଜ୍ଞ ପଦବୀ ମାନକଦୀର୍ଘବର୍ଷ ଧରି ଖାଲି ପଡିଛି । ଲୋକଙ୍କ ବାରମ୍ଵାର ଦାବୀ ପରେ ମଧ୍ୟ ପଦବୀ ପୁରଣ କରିବା ଦିଗରେ ସରକାର ସେ ଭଳି କିଛି ଠୋସ ପଦକ୍ଷେପ ମଧ୍ୟ ନେଉନ ଥିବା ଅଭିଯୋଗ କରିଛନ୍ତି ଖାରବେଳ ।
ସେହିପରି ବିଭିନ୍ନ ସ୍ତରରେ ଆବାସ ଯୋଜନା ହେଉ ବା ମନରେଗା ସବୁଥିରେ ଦୁର୍ନିତୀ,, ପ୍ରିୟା ପ୍ରିତି ତୋଷଣ ବଢ଼ି ଚାଲିଥିବା ବରୀଷ୍ଠ ନେତା ତଥା ପ୍ରଭାରୀ ବିରଞ୍ଚିନାରାୟଣ ତ୍ରିପାଠି, କମଳାକାନ୍ତ ପାଣ୍ଡେ ପ୍ରମୁଖ ଅଭିଯୋଗ କରିଛନ୍ତି । ସେହିପରି ଜିଲ୍ଲା ବିଜେପି ସଭାପତି ଜଗନାଥ ସାହୁ, ବିଜେପି ନେତା ରମେଶ ମହାନ୍ତି, ଭଗବାନ ମହାନ୍ତି ଓ ଅଜିତ ପଟ୍ଟନାୟକ ପ୍ରମୁଖ ବିଦ୍ୟୁତ ଦର ବୃଦ୍ଧିର ପ୍ରତିବାଦ କରିବା ସହ ରାଜ୍ୟ ସରକାରଙ୍କ ସମାଲୋଚନା କରିଥିଲେ। କରେ ନା କାଳରେ ବିଦ୍ୟୁତ ଦର ବୃଦ୍ଧି ବେଡ଼ି ଉପରେ କରଡ଼ା ମାଡ ବୋଲି କହିଥିଲେ।

Leave a comment

Your email address will not be published. Required fields are marked *