#Breaking News #District

ମେଡିକାଲ କୁ ଯାଇ ଜଣେ ବୃଦ୍ଧା ମହିଳା ଙ୍କୁ ରକ୍ତଦାନ କଲେ ଫିରିଙ୍ଗିଆ ଯୁବ ସାମ୍ବାଦିକ


ଫୁଲବାଣୀ (ସୁନୀଲ ପଟନାୟକ )
ରକ୍ତଦାନ ମହାପୂଣ୍ୟ ।ରକ୍ତ ଅଭାବରୁ ଦେଶରେ ଲକ୍ଷ ଲକ୍ଷ ଲୋକେ ମରୁଛନ୍ତି ।ରକ୍ତ ସଙ୍କଟ କୁ ଦୃଷ୍ଟି ରେ ରଖି ସରକାର ମଧ୍ୟ ଜନସାଧାରଣ ଙ୍କୁ ଜାଗ୍ରତ କରିବା ସହିତ ପ୍ରତି ସ୍ଥାନରେ କ୍ୟାମ୍ପ ସବୁ କରି ରକ୍ତ ସଂଗ୍ରହ କରାଯାଉଛି ।ଜନସାଧାରଣ ଙ୍କୁ ମଧ୍ୟ ସଚେତନ କରି ରକ୍ତଦାନ କରିବାକୁ ପ୍ରେରଣା ଦିଆଯାଉଛି ।ଅନେକ ସଂଘଠନ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛି ।ଆଉ ସମସ୍ତ ଙ୍କ କେଵଳ ଗୋଟିଏ ହିଁ ଲକ୍ଷ, ରକ୍ତ ଅଭାବ ଯୋଗୁଁ କାହାର ପ୍ରାଣ ନ ଯାଉ ।କିଛି ବ୍ୟକ୍ତି କୌଣସି ସଂଘଠନ ସହିତ ଜଡିତ ନ ରହି ସ୍ୱଇଚ୍ଛା ରେ ମେଡିକାଲ ରେ ପହଂଚି ରକ୍ତଦାନ କରୁଛନ୍ତି ଓ ରୋଗୀ ମାନଙ୍କ ପ୍ରାଣ ବଞ୍ଚାଉଛନ୍ତି ଆଉ କିଛି ବ୍ୟକ୍ତି ଅତ୍ୟନ୍ତ ଜରୁରୀ ପରିସ୍ଥିତି ରେ ନିଜର ରକ୍ତଦାନ କରି ପ୍ରଶଂସିତ ହେଉଛନ୍ତି । ଆଜି ଫୁଲବାଣୀ ମୁଖ୍ୟ ଚିକତ୍ସାଳୟରେ ଜଣେ ୫୦ ବର୍ଷୀୟା ମହିଳା ଙ୍କୁ ରକ୍ତଦାନ କରି ଚର୍ଚ୍ଚା ରେ ଅଛନ୍ତି ଜଣେ ସାମ୍ବାଦିକ ।ମହିଳା ଙ୍କ ଜଟିଳ ପରିସ୍ଥିତି କୁ ଦେଖି ଆଗପଛ କିଛି ନ ଭାବି ରକ୍ତଦାନ କରିବାକୁ ମେଡିକାଲ କୁ ଦଉଡି ଆସିଥିଲେ ଓ ମହିଳା ଙ୍କୁ ରକ୍ତ ଦେଇଥିଲେ ।ମିଳିଥିବା ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ତୁଡ଼ିପାକୁ ପଂଚାୟତ ସାର୍ତ୍ତା ଗୁଡା ଅଂଚଳର ଯଶୋଦା ବେହେରା (୫୦)ନାମ୍ନୀ ଜଣେ ରୋଗୀ ଆଜି ସକାଳେ ଫୁଲବାଣୀ ମୁଖ୍ୟ ଚିକିତ୍ସଳୟରେ ଭର୍ତି ହୋଇଥିଲେ ।ହେଲେ ଭର୍ତି ହେବାର କିଛି ସମୟ ପରେ ଡାକ୍ତର ତାଙ୍କର ଚେକଅପ କରି ରକ୍ତ ଅଭାବ ଅଛି ଅତିଶୀଘ୍ର ରକ୍ତ ବନ୍ଦୋବସ୍ତ କର ବୋଲି କହିଥିଲେ ।ରୋଗୀଙ୍କ ବନ୍ଧୁପରିଜନ ରକ୍ତ ରୋଗୀଙ୍କ ପାଇଁ ରକ୍ତ ଦରକାର ବୋଲି ନିଜର ଆତ୍ମୀୟ ସ୍ୱଜନ ଓ ଚିନ୍ହାପରିଚିତ ଙ୍କୁ ଫୋନ କରି ଜଣେଇଥିଲେ କିନ୍ତୁ କୌଣସି ଫଳ ମିଳିନଥିଲା ।ଠିକ ଏତିକି ବେଳେ ଫିରିଙ୍ଗିଆ ବ୍ଲକ ର ଯୁବ ସାମ୍ବାଦିକତଥା ସମାଜ ସେବୀ ହୂରଞ୍ଜନ ସେଠୀ କୌଣସି ସୂତ୍ରରୁ ଖବର ଟି ପାଇବା ପରେ ମେଡିକାଲ କୁ ଆସି ରକ୍ତଦାନ କରିଛନ୍ତି ।ବର୍ତମାନ ମହିଳା ସୁସ୍ଥ ଥିବା ଡାକ୍ତର କହିଛନ୍ତି |

Leave a comment

Your email address will not be published. Required fields are marked *