#Breaking News #Uncategorized

କରୋନାର ଦ୍ୱିତୀୟ ଲହର ଝଟକା….. ଲକ ଡାଉନ, ସଟ ଡାଉନ ଓ ନାଇଟ କର୍ଫ୍ୟୁ ପାଇଁ ତମାଖୁ ସହ ରାସନ ସାମଗ୍ରୀର ବ୍ୟାପକ କଳାବଜାରୀ


କନ୍ଧମାଳ,୨୨/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ):ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଦ୍ବିତୀୟ ଲହରରେ ପୁଣି ସଂକ୍ରମିତଙ୍କ ସଂଖ୍ୟା ଜିଲ୍ଲାରେ ବୃଦ୍ଧି ପାଉଥିବା ଫଳରେ ଓଡ଼ିଶାରେ ମଧ୍ୟ ଦିନକୁ ଦିନ କରୋନାର ପ୍ରଭାବ ବଢିଚାଲିଥିବା ବେଳେ ଦିନକୁ ଦିନ ପଜିଟିଭ ର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।କେନ୍ଦ୍ର ଓ ରାଜ୍ୟର କେତେକ ସ୍ଥାନରେ ଲକ ଡାଉନ, ସଟ ଡାଉନ ଓ ନାଇଟ କର୍ଫ୍ୟୁ ପାଇଁ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନଜରକୁ ପରିଲକ୍ଷିତ ହେଉଛି। କେତେକ ବେପାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କାରେ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଜିଲାପାଳ କହିଛନ୍ତି, କୌଣସି ବେପାରୀ ଅଧିକ ଦରରେ ସାମଗ୍ରୀ ବିକ୍ରି କଲେ, ଖାଉଟୀ ମାନେ ସମ୍ପୃକ୍ତ ଥାନା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଯୋଗାଣ ନୀରିକ୍ଷକ ଓ ଅଥବା ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଵିଶେଷକରି ତମାଖୁ ଜାତୀୟ ଯେପରିକି ଗୁଟଖା, ଖଇନି, ନାଶ ଓ ସିଗାରେଟ ର ବହୁଳ ପରିମାଣରେ କଳାବଜାରୀ ଚାଲିଛି ନିର୍ଦ୍ଧିଷ୍ଟ ମୂଲ୍ୟ ଠାରୁ ବେଶ ଚଢା ଦରରେ ବା କଳାବଜାରୀ କରି ଖୋଲା ବଜାରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଆଗକୁ ପୁଣି ସପ୍ତାହନ୍ତ ସଟ ଡାଉନ ରହିଛି ଯାହା ଫଳରେ କି ଅନ୍ୟ ସାମଗ୍ରୀ ଯେପରିକି ରାସନ, ପନିପରିବା ,ଖାଉଟି ତେଲ ମଧ୍ୟ କଳାବଜାରୀ ବଢିବାର ଅନେକ ପରିମାଣର ସମ୍ଭାବନା ରହିଛି l ତେଣୁ ଆଗକୁ ଖାଉଟି ଯେପରି ଏହି ପରିଣାମ ନ ଭୋଗନ୍ତୁ ତେଣୁ ସମସ୍ତ ସରକାରୀ ଅଧିକାରୀ ମାନେ ଏହା ଉପରେ ଦୃଷ୍ଟି ଦେଇ କଳାବଜାରୀ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *