#Breaking News #Uncategorized

କୋଭିଡ଼ କଟକଣା ମଧ୍ୟରେ କନ୍ଧମାଳ ଜିଲ୍ଲାରେ ମାସନ୍ତ ଓ ସଂକ୍ରାନ୍ତି ମେରୁ ପାଳିତ


ଫୁଲ ବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ମାସନ୍ତ ଓ ସଂକ୍ରାନ୍ତି ମେରୁ କୋଭିଡ କଟକଣା ମଧ୍ୟରେ କମ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଥିଲା। ଫୁଲବାଣୀ ନିକଟ ଦାମିଙ୍ଗା ମେରୁ କୋଭିଡ଼ କଟକଣା ମଧ୍ୟରେ ପାଳିତ ହୋଇଛି । ଗ୍ରାମର ଆରାଧ୍ଯ ମା’ଦଣ୍ଡକାଳୀଙ୍କ ୧୪ଦିନିଆ ଦଣ୍ଡ ଯାତ୍ର। ଚଳିତବର୍ଷ କ6ର।ନାକଟକଣା ପାଇଁ କେବଳ ଗ୍ରାମ ଭିତରେ ସୀମିତ ଥିବାବେଳେ ମେରୁ ଯାତ୍ରାକୁ ମଧ୍ୟ ବାହାର ଲୋକଙ୍କ ଆଗମନକୁ ସଂପୂର୍ଣ୍ଣଭାବେ ବାରଣ କରାଯାଇଥିଲା । ସଂକ୍ରାନ୍ତି ମେରୁ ଯାତ୍ରାରିତି ନିତୀ ପ୍ରକାରେ ଶେଷ ହୋଇଥିଲା । କେବଳ ଦା ମିଙ୍ଗା ଗ୍ରାମବାସୀଙ୍କ ସମେତ ଆଖ ପାଖ ଗ୍ରାମର କିଛି ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ପୂର୍ବରୁ ଏଠାରେ ହଜାର ହଜାର ଲୋକଙ୍କ ସମାବେଶ ହେଉଥିଲା। ଚଳିତବର୍ଷ କମ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗୁଁ ଫିକା ପଡିଯାଇଥିଲା।
ସକ।ଳୁ ସକାଳୁ ମନ୍ଦିରରେ ପହଞ୍ଚି ପୂୂଜାର୍ଚନା କରିଥିଲେ । ପରେ ମନ୍ଦିର ସମ୍ମୁଖରେ ଧୁଳି ଦଣ୍ଡ, ଅପରାହ୍ନରେ ପାଣି ଦଣ୍ଡ, ନିତୀ ସଂପନ୍ନ ହୋଇଥିଲା । ରାତିରେ ଅଗ୍ନିଦଣ୍ଡ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ପୁଲିସ ପ୍ରଶାସନପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ଯାତ୍ରା କମିଟି ଓ ଗ୍ରାମବାସୀ ପରିଚାଳନା କରିଥିଲେ ।

ସେହିପରି ଗୁମା ଗଡ, ଗଜୁଗୁଡ଼ା,ବଲସ କୁ ମ୍ପା, ଶଙ୍କରା ଖୋଲ ଆଦି ସମେତ ବିଭିନ୍ନ ସ୍ଥାନରେ ମାସନ୍ତ ଓ ସଂକ୍ର।ନ୍ତି ମେରୁ କୋଭିଡ଼ନିୟମ ପ୍ରକାରେ କମ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଥିଲା

Leave a comment

Your email address will not be published. Required fields are marked *