#Breaking News #District

ମିସନ୍ ଶକ୍ତି କlଫେ କରି କନ୍ଧମାଳ ମହିଳା ସ୍ୱlବଲମ୍ବୀ


ଫୁଲବାଣୀ ( ସୁନୀଲ ପଟନାୟକ)
ରାଜ୍ଯ ମିସନ୍ ଶକ୍ତି ର ପ୍ରୋତ୍ସାହନ ଓ ରାଜ୍ୟସରକାର ଙ୍କ ପ୍ରୟାସ ଫଳରେ ଏ ସ୍ ଏସ. ଏ ଚ ଜି ଗ୍ରୁପ ର ଆଦିବାସୀ ମହିଳା ମାନେ ହେଉଛନ୍ତି ସ୍ୱlବଲମ୍ବୀ l ଏହି ଏସ୍ ଏ ଚ ଜୀ ଗ୍ରୁପ ର ମହିଳା ମାନେ କlଫେ କରି ଗ୍ରାହକଙ୍କୁ ସୁଲଭ ଦର ରେ ମିଲ୍ସ ସହ ଟିଫିନ୍ ବ୍ୟବସାୟ କରି ଭଲ ଦୁଇ ପଇସା ରୋଜଗାର କରିବା ସହ ନିଜେ ସ୍ୱl ବଲମ୍ବୀ ହୋଇପାରିଛନ୍ତି l ରାଜ୍ୟ ସରକାର ସେମାନଂକୁ ସମସ୍ତ୍ ପ୍ରକାର୍ ସହାୟତା ସହ ରୋଜଗାର ଦେଇଥିବା ରୁ ଧନ୍ୟବାଦ ଦେଇଛନ୍ତି ମହିଳା ମା ମାନେ l
କନ୍ଧମାଳ ଜିଲାରେ ଆଦିବାସୀ ମହିଳା ମାନଙ୍କୁ ସ୍ୱବାଲମ୍ବୀ କରିବା ପାଇଁ ରାଜ୍ୟ ସରକାର ମିସନ୍ ଶକ୍ତି ଦ୍ଵାରା ମହିଳା ମା ମାନଙ୍କୁ ରୋଜଗାର କ୍ଷମ କରିପାରିଛନ୍ତି l ଫିରିଙ୍ଗିଆ ବ୍ଲକ ର କାର୍ଯ୍ୟାଳୟ ପରିସରରେ ଗୋଟଏ ମିସନ୍ ଶକ୍ତି କେଫେ କରିଛି l ଫିରିଙ୍ଗିଆ ର ମା ବରାଳ ଦେବୀ ଓ ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ ଏହି କେଫେ କୁ ଚଳାଉ ଛନ୍ତି l ପ୍ରତିଦିନ ସକାଳୁ ଆସି ଟିଫିନ କରିବା ପରେ ମିଲ୍ସ ମଧ୍ୟ କରୁଛନ୍ତି ପ୍ରତି ଦିନ 60 ରୁ 70 ମିଲ୍ସ ବିକ୍ରି ହେଇଥିବା ବେଳେ ବିରିୟାନୀ ମଧ୍ୟ କରି ବିକ୍ରି କରୁଛନ୍ତି l ଏଥିରୁ ଯାହା ବ୍ୟବସାୟ ହେଲା ସେଥିରୁ କିଛି ପଇସା କ୍ୟାନ୍ ଟିନ ର ସୌଦା କିଣିବା ପାଇଁ ପଇସା ରଖିବା ସହ ଗ୍ରୁପ ର ଉନ୍ନତି ପାଇଁ ମଧ୍ୟ ପଇସା ସଞ୍ଚୁଛନ୍ତି l ଏହି କlଫେ ରେ କମ୍ ଦରରେ ଘରୋଇ ରନ୍ଧା ପରି ମିଲ୍ସ ମିଳୁଥିବା ରୁ ଗ୍ରାହକ ଙ୍କ ଭିଡ଼ ହେଉଥିବା ରଶ୍ମିତା ଭୁକ୍ତା ଓ ପ୍ରତିମା ସାହୁ କହିଛନ୍ତି l
ଏଠାରେ ପ୍ରତିଦିନ ମିଲ୍ସ ରେ ଚାରି ପ୍ରକାର ଆଇଟମ ଦିଅl ଯାଉଥିବା ବେଳେ ବାର ଦେଖି ଆମିଷ ମଧ୍ୟ କରାଯାଏ l ଗୋଟଏ ସାଧl ମିଲ୍ସ ର ଦାମ୍ ମାତ୍ର୍ 50 ଟଙ୍କା ରହିଥିବା ବେଳେ ଏହି ଖାଦ୍ୟ କୁ ଖାଇବାକୁ ବ୍ଲକ କାର୍ଯ୍ୟାଳୟ କର୍ମଚାରୀ ମାନେ ନୀତି ଦିନ ଖାଇ ଥାନ୍ତି l ଏସ୍ ଏସ୍ ଜୀ ଗ୍ରୁପ ର ମହିଳା ମା ମାନେ ରୋଷେଇ କରୁଥିବା ଯୋଗୁଁ ବିଶେଷ ମସଲା ନଥିବା ଯୋଗୁଁ ଖାଇବାକୁ ଆସୁଥିବା ଗ୍ରାହକ ମାନେ ପସନ୍ଦ କରୁଛନ୍ତି l କlଫେ ଅତି ସଫା ସୁତୁରା ସହ ଆକର୍ଷଣୀୟ ଦିଶୁ ଥିବା ସହିତ ଏଠାରେ ଅତି ସୁଲଭ ଦରରେ ଖାଦ୍ୟ ମିଳିଥିବା ଯୋଗୁଁ ଗ୍ରାହକ ଙ୍କ ଅତି ପସନ୍ଦ ହୋଇଛି ଏହି କେଫେ l
ଆଗରୁ ଏହି ମହିଳା ମାନେ କିଛି କରୁ ନଥିଲେ ଘରେ ରହୁଥିଲେ ମିସନ୍ ଶକ୍ତି ର ସହଯୋଗ ଯୋଗୁଁ ଏହି ମହିଳା ମା ମାନେ ଏହି କ୍ୟାଣ୍ଟିନ୍ ଚଳାଇ ଭଲ ଦୁଇ ପଇସା ରୋଜଗାର କରି ନିଜେ ସ୍ୱବାଲମ୍ବୀ ହୋଇପାରି ଥିବା କଥା
ଜୋସ୍ନା ରାଣୀ ବେହେରା କହିଛନ୍ତି l
ରାଜ୍ଯ ସରକାର ଙ୍କ ମହିଳା ମାନଙ୍କ ପାଇଁ ଏହି କା ଫେ ଯୋଜନା ନିଶ୍ଚୟ ଏକ ସୁନ୍ଦର୍ ପଦକ୍ଷେପ ଯାହା ମହିଳା ମାନଙ୍କୁ ରୋଜଗାର କ୍ଷମ କରିବା ସହ
ଲୋକଙ୍କୁ ଉନ୍ନତ ମାନର ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦେଉଛି l

Leave a comment

Your email address will not be published. Required fields are marked *