#Crime

*ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନା ଏବଂ ବଳାତ୍କାର ଘଟଣାକୁ ନେଇ ଖବରଦାତା ସମ୍ମିଳନୀରେ ବର୍ଷିଛନ୍ତି କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ। ସେ କହିଛନ୍ତି ରକ୍ଷକ ଏଠି ଭକ୍ଷକ ସାଜିଛି। ନିକଟରେ ସ୍ମିତାରାଣୀ ମାମଲାକୁ ସଂସଦରେ ଆଲୋଚନା କରାଯିବାକୁ ବିଜେଡି ସୁଯୋଗ ଦେଲାନାହିଁ। ସପ୍ତଗିରି ଉଲାକା ପ୍ରସଙ୍ଗ ଉଠାଇବା ସମୟରେ କେତେଜଣ ବିଜେଡି ଏମ୍‌ପି ତାଙ୍କୁ ବାଧାଦେଲେ। ସେହିଭଳି ରାଇରଙ୍ଗପୁରରେ ୨୩ ବର୍ଷର ଅଧ୍ୟାପିକା ଆତ୍ମହତ୍ୟା କରିଦେଲେ। ୨୩ ବର୍ଷ ଝିଅର ବାପାମା କେତେ ସ୍ବପ୍ନ ଦେଖିଥିବେ, ନବୀନ ଚିନ୍ତା କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।*

Leave a comment

Your email address will not be published. Required fields are marked *