#Uncategorized

ଆଜି ବଡଓଷା, ମଧ୍ୟରାତ୍ରି ରେ ଲାଗିହେବ ଗଜଭୋଗ,କିରାତ ଅର୍ଜ୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

ଧର୍ମର ମାସ କାର୍ତ୍ତିକ, ଆଉ ଏହି ମାସରେ ଅନୁଷ୍ଠିତ ହୁଏ ଓଷା ଭିତରେ ଓଷା ବଡଓଷା,ଏହି ବଡଓଷା ପାଇଁ ଚଳଚଂଚଳ ହୋଇଉଠେ ଆଠଗଡ ର ପ୍ରସିଦ୍ଧ ଧବଳେଶ୍ବର ପୀଠ,ଯାହାକି ପ୍ରତେକ ବର୍ଷ ଏହି ବଡଓଷା ପାଳିବା ପାଇଁ ପୀଠ ହୋଇଉଠେ ଲୋକାରଣ୍ୟ,ଚଳିତ ବର୍ଷ ମହାମାରୀ କରୋନା ଯେମିତି ସବୁକିଛି ବିଗାଡି ଦେଇଛି,ହେଲେ ଏହାରି ଭିତରେ ଆଜି ଅନୁଷ୍ଠିତ ହେବ ବଡଓଷା,ଆଜି ଧବଳେଶ୍ବର ଙ୍କୁ କିରାତ ଅର୍ଜୁନ ବେଶରେ ସଜ୍ଜିତ କରାଯାଇଛି,୨୫ବର୍ଷରେ ନାଗାର୍ଜୁନ ବେଶ ପଡୁଥିବା ଯୋଗୁ ଆଜି ଏହି ଦୁର୍ଲଭ ବେଶକୁ ସଯାଇଛନ୍ତି ପୂଜକ ମାନେ,ଏହି ବେଶ କାହିଁକି କରାଯାଏ ତାର ପ୍ରାମାଣିକ କଥା ହେଉଛି ପାଣ୍ଡବ ମାନେ ଅଜ୍ଞାତ ବାସ ସମୟରେ ଶିବ ଅର୍ଜୁନ ଙ୍କୁ କିରାତ ବେଶରେ ଦର୍ଶନ ଦେଇଥିବା ଯୋଗୁ ସେହି ବେଶ ନାଗାର୍ଜୁନ ବେଶ ସହିତ ସାମଞ୍ଜସ୍ୟ ରହିଥିବା ଯୋଗୁ ପବିତ୍ର ବଡଓଷା ତିଥିରେ ଏହି ବେଶ ରେ ଦୀର୍ଘ ୨୫ ବର୍ଷ ପରେ ବାବା ଧବଳେଶ୍ବର ଭକ୍ତ ଙ୍କୁ ଦର୍ଶନ ଦେବାର ବିଧି ରହିଛି,ସେହି ପରମ୍ପରା ଅନୁଯାୟୀ ଆଜି ବାବା

ଧବଳେଶ୍ବର ଙ୍କୁ ଭୋରରୁ ୧୦୮କଳସ ଗରା ପାଣି ମହନଦୀରୁ ଆଣି ସ୍ନାନ କରାଯିବା ପରେ ବାବାଙ୍କ ନୀତିକାନ୍ତି କରାଯାଇ ଥିଲା, ଏହାପରେ ବାବାଙ୍କୁ ଚୁଆ, ଚନ୍ଦନ,କର୍ପୁର,କ୍ଷୀର ରେ ସ୍ନାନ କରାଯାଇ ଛେନାରେ ଘର୍ଷଣ କରାଯାଇଥିଲା,ଏହାପରେ ବାବାଙ୍କୁ ରୁପା ଛାଉଣୀ ରେ ନିର୍ମାଣ କରାଯାଇଥିବା ବିଭିନ୍ନ ରୁପା ସାମଗ୍ରୀ ସହିତ ବସ୍ତ୍ର ପିନ୍ଧାଯାଇ ମସ୍ତକ ରେ ମୁକୁଟ ପିନ୍ଧାଯାଇ କିରାତ ଅର୍ଜୁନ ବେଶରେ ସଜିତ କରାଯାଇଛି।ଏହି ବେଶ ଅତ୍ୟନ୍ତ ମନୋ ମୁଗ୍ଧକର ହୋଇଥିଲେ ମଧ୍ୟ ଭକ୍ତ ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି, ପୀଠରେ କେବଳ କିଛି ପୂଜକ ମାନଙ୍କ ବ୍ୟତୀତ ସବୁ ଯେମିତି ଖାଁ ଖାଁ ଲାଗୁଛି, ଆଜି ମଧ୍ୟରାତ୍ରୀରେ ବାବାଙ୍କ ନିକଟରେ ଲାଗି ହେବ ଗଜଭୋଗ,ହେଲେ ଭକ୍ତ ଏହି ଗଜଭୋଗ ପାଇବାରୁ ଚଳିତ ବର୍ଷ ବଞ୍ଚିତ ହେବେ ମହାମାରୀ କରୋନା ପାଇଁ।

Leave a comment

Your email address will not be published. Required fields are marked *