କାଲିଠୁ ଭୁବନେଶ୍ୱରରେ ‘ପାର୍କ ଉତ୍ସବ’, ଇନ୍ଦିରା ଗାନ୍ଧି-ମଧୁସୂଦନ ଦାସ ପାର୍କରୁ ଆରମ୍ଭ ହେବ କାର୍ଯ୍ୟକ୍ରମ

admin | February 1, 2020 | 264 views |11 | Exclusive , Twin City

୭ଟି ରବିବାରରେ ୭ଟି ପାର୍କରେ ମନୋରଂଜନ କାର୍ଯ୍ୟକ୍ରମର ଆୟୋଜନ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ପାର୍କରେ ଫେବ୍ରୁଆରି ମାସର ପ୍ରଥମ ରବିବାର ଠାରୁ ‘ପାର୍କ ଉତ୍ସବ’ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷଙ୍କ ଆୟୋଜନରେ ଫେବ୍ରୁଆରି ୨ ତାରିଖ ଠାରୁ କ୍ରମାଗତ ଭାବେ ୭ଟି ପାର୍କରେ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଇନ୍ଦିରା ଗାନ୍ଧି ଓ ମଧୁସୂଦନ ଦାସ ପାର୍କରୁ ରବିବାର (ଫେବ୍ରୁଆରି ୨) ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଆୟୋଜକ ପକ୍ଷରୁ କୁହାଯାଇଛି। ଏହି ଉତ୍ସବ ସକାଳ ୭ଟାରୁ ୯ଟା ଯାଏଁ ୨ ଘଣ୍ଟା ଧରି ଚାଲିବ।

କେବେ ଓ କେଉଁଠି ହେବ ‘ପାର୍କ ଉତ୍ସବ’

-ଫେବ୍ରୁଆରି ୨- ଇନ୍ଦିରା ଗାନ୍ଧି ପାର୍କ ଓ ମଧୁସୂଦନ ଦାସ ପାର୍କ
-ଫେବ୍ରୁଆରି ୯- ବିଜୁ ପଟ୍ଟନାୟକ ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କ
-ଫେବ୍ରୁଆରି ୧୬- ମହାତ୍ମା ଗାନ୍ଧି ପାର୍କ ଓ ଖାରବେଳ ପାର୍କ
-ଫେବ୍ରୁଆରି ୨୩- ନିକୋ ପାର୍କ ଓ ମଧୁ ସୂଦନ ପାର୍କ
-ମାର୍ଚ୍ଚ ୧- ଇନ୍ଦିରା ଗାନ୍ଧି ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କ
-ମାର୍ଚ୍ଚ ୮- ବିଜୁ ପଟ୍ଟନାୟକ ପାର୍କ ଓ ଖାରବେଳ ପାର୍କ
-ମାର୍ଚ୍ଚ ୧୫- ନିକୋ ପାର୍କ ଓ ମଧୁ ସୂଦନ ପାର୍କ

ପାର୍କ ଉତ୍ସବରେ ଓ୍ଵାଲ ପେଣ୍ଟିଂ, କାହାଣୀ କହିବା, ଯୋଗ, ମାଟିପାତ୍ର ନିର୍ମାଣ, ମନୋରଂଜନ, ସଚେତନା ମୂଳକ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୋ ସଫେଇଓ୍ଵାଲା କାର୍ଯ୍ୟକ୍ରମ ବିଏମ୍‌ସି ଦ୍ୱାରା ଆୟୋଜନ ହେବ। ଏସିପି ଟ୍ରାଫିକ୍‌ ପକ୍ଷରୁ ଟ୍ରାଫି ନିୟମ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ। ସେହିପରି ଲୋକଙ୍କୁ ଭୁବନେଶ୍ୱର ଅର୍ବାନ ନଲେଜ ସେଣ୍ଟର ଦ୍ୱାରା ସାଇକ୍ଲିଂ ସଚେତନ କରାଯିବ। ପାର୍କର ସୁରକ୍ଷା ପାଇଁ ୧୦ ଜଣିଆ କର୍ମୀ ଉପସ୍ଥିତ ରହିବେ।

Share this

Related Posts

ଆରତୀ ପାଇବ ଲାଭ ଲୋକେ ଭୋଗିବେ କଷ୍ଟ,…

Udaya_Labanya | July 28, 2023 | 29 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ କମ୍ପାନୀ ହେଲେ ଲୋକେ ସୁବିଧା ପାଇବେ, ଏହି ଉଦେଶ୍ୟ ନେଇ ସରକାର ଜମି ଯୋଗାଇଦେଲେ ଆଉ ଆରତୀ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେଲା ଆଠଗଡ ର ଘଣ୍ଟିଖାଲ ଠାରେ, କମ୍ପାନୀ ମହାନଦୀରୁ ପାଣି ନେଲା,…

ଆଠଗଡ ରେ ଖୋଲିଲା ମ୍ୟାନ ଷ୍ଟୋର ର…

Udaya_Labanya | July 16, 2023 | 295 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ରେ ମ୍ୟାନ ଷ୍ଟୋର ର ଏକ ନୂତନ ସୋ ରୂମ ଉଦଘାଟିତ ହୋଇଯାଇଛି, ଏହି ସୋରୁମ ଟିକୁ ଉଦଘାଟନ କରିଥିଲେ ବିଶିଷ୍ଟ କପଡା ବ୍ୟବସାୟୀ ତଥା ଏସ ସ୍କୋୟାର ପ୍ରାଇଭେଟ ଲିମିଟେଡ଼ ର ପରିଚାଳନା ନିର୍ଦେଶକ…

Leave a Reply

Your email address will not be published. Required fields are marked *

Archives

Categories