#Exclusive

ଗେମ୍ ଖେଳୁଥିବା ବେଳେ ମୋବାଇଲ୍ ବ୍ୟାଟେରି ଫାଟି ନାବାଳକ ଗୁରୁତର

କାଶୀପୁର : ଗେମ୍ ଖେଳୁଥିବା ବେଳେ ମୋବାଇଲ ବ୍ୟାଟେରି ଫାଟି ନାବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନାମୁତାବକ ରାୟଗଡା ଜିଲା କାଶୀପୁର ବ୍ଲକର ଶଦାନନ୍ଦ ନାଏକଙ୍କ ୧୧ବର୍ଷର ପୁଅ ନିରଞ୍ଜନ ନାଏକ ନିଜ ଘରେ  ମୋବାଇଲରେ ଗେମ ଖେଳୁଥିବା ସମୟରେ ମୋବାଇଲର ବ୍ୟାଟେରି ଫାଟି ଯାଇଥିଲା। ଶବ୍ଦ ଶୁଣୀ ପରିବାର ଲୋକେ ଆସି ଦେଖିବା ସମୟରେ ପୁଅ ଗୁରୁତର ହୋଇଥିବା ଦେଖିଥିଲେ। ପରିବାର ଲୋକ ପୁଅକୁ ସଙ୍ଗେ ସଙ୍ଗେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମୋବାଇଲ ବ୍ୟାଟେରି ଫାଟି ନିରଞ୍ଜନଙ୍କୁ ମୁହଁ,ହାତ,ଗୋଡ ଏବଂ ଛାତି ସହ ଦେହର ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ଜଣାପଡିଛି। ବର୍ତ୍ତମାନ ନିରଞ୍ଜନର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

Leave a comment

Your email address will not be published. Required fields are marked *