#Breaking News

ଟାଟା ଟ୍ରଷ୍ଟ ତରଫରୁ ପ୍ରଦତ୍ତ ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ ଉଦଘାଟିତ


ବାଲିଗୁଡା,୧୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କୋଟଗଡ ବ୍ଲକ ଅନ୍ତର୍ଗତ ନୀଲୀଗୁଡାରେ ଟାଟା ଟ୍ରଷ୍ଟ ତରଫରୁ ପାହାଡ଼ ଝରରୁ ପହଁଚିଲା ବିଶୁଦ୍ଧ ପାନୀୟ ଜଳ ଓ ଚାଷପୋଯୋଗୀ ପ୍ରକଳ୍ପ ଏହା କୋଟଗଡ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ନୀଲୀଗୁଡା ର ଲୋକେ ଉତ୍ସାହିତ ହୋଇ ଲୋକ କଳା ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ବଜାଇ ଅତିଥି ଙ୍କୁ ସ୍ୱାଗତ କରିଥିଲେ l ଏଥିରେ କୋଟଗଡ ସାଂସଦ ପ୍ରତିନିଧି ମନୋଜ କୁମାର ସାବତ, ସମିତି ସଭ୍ୟ ପିଣ୍ଟୁ ମଳିକ, ସରପଞ୍ଚ ବୃନ୍ଦାବନ ମାଝୀ ଓ ବାଦଲ ପ୍ରଧାନ ସମେତ ବହୁ ଅତିଥି ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଏଥିରେ ଟାଟା ଟ୍ରଷ୍ଟର ଜିଲ୍ଲା ସଂଯୋଜକ ସତ୍ୟଜିତ ରାୟ ଉପସ୍ଥିତ ରହି ନୀଲୀଗୁଡା ଗ୍ରାମବାସିଙ୍କ ଦୀର୍ଘ ତିନି ମାସ ର ଅକ୍ଲାନ୍ତ ପରିଶ୍ରମ ବଳରେ ପ୍ରାୟ ଦୁଇ କିଲୋମିଟର ପାହାଡ଼ ରୁ ପାଇପ ଯୋଗେ ଗାଁ କୁ ବିଶୁଦ୍ଧ ପାନୀୟ ଜଳ ଓ ଚାଷ ପାଇଁ ଜଳସେଚନର ସୁବିଧା ପାଇ ପାରିଛନ୍ତି l ଟାଟା ଟ୍ରଷ୍ଟର ଆର୍ଥିକ ଓ କର୍ମଚାରୀଙ୍କ ସହାୟତା ରେଏହା ଆଜି ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଛନ୍ତି l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *