#Breaking News

ଉର୍ମାଗଡ଼ ଜଳପ୍ରପାତରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଫୁଲବାଣୀ-( ସୁନୀଲ ପଟନାୟକ)
ରବିବାରଅପରାହ୍ନ ୫ଟା ସମୟରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତ ଉର୍ମାଗଡ ଜଳପ୍ରପାତରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ଫିରିଙ୍ଗିଆ ଅଞ୍ଚଳର ୩ ଜଣ ସାଙ୍ଗ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ । ସେଠାରେ ବୁଲା ବୁଲି ଫଟୋ ଉଠାଉଠି କରିବାବେଳେ ଅସାବଧାନତା ଯୋଗୁ ସୂର୍ଯ୍ୟକାନ୍ତ ପଣ୍ଡାଙ୍କ ଗୋଡଖସିଯିବା ଫଳରେ ପାଣିରେ ବୁଡିଯାଇଥିଲେ। ଅନ୍ୟ ଯୁବକ ମାନଙ୍କ ସହ ଗ୍ରାମବାସୀ ମିଶି ବହୁ ଖୋଜା ଖୋଜି କରିଥିଲେ। ହେଲେ ଉଦ୍ଧାର କରି ପାରିନଥିଲେ । ଖବର ପାଇ ଫୁଲବାଣୀ ଅଗ୍ନିଶମ କର୍ମଚାରୀ ଚିତ୍ତରଞ୍ଜନ ସାହୁ,ଅରୁଣ କୁମାର ପ୍ରଧାନ,ହାପି ବାରିକ,ପ୍ରଦ୍ୟୁମ୍ନ ଜେନା,ଚିତ ଗୌଡ଼ ଓ ରଞ୍ଜନ କୁମାର ଦାସ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଭି.ଲୋକନାଥ ରାଜୁ, ମାନସ ପୃଷ୍ଟି ଏବଂ ବିକାଶ ନାୟକ ପ୍ରମୁଖ ଉକ୍ତ ସ୍ଥାନରେ ପହଞ୍ଚିବହୁ ଖୋଜା ଖୋଜି କରିବାପରେ ୧୨ ଫୁଟ ଗଭୀରତଳୁ ଯୁବକର ମୃତଦେହକୁ ଉଦ୍ଧାର କରାଯାଇଥିଲା।
ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *