#Uncategorized

ଆସନ୍ତା ୨୬ ତାରିଖ ବରଗଡ଼ ବନ୍ଦ


ବରଗଡ଼:- ଆସନ୍ତା ୨୬ ତାରିଖ ଦିନ ବରଗଡ଼ ଜିଲ୍ଲା ସମ୍ପୁର୍ଣ୍ଣ ବନ୍ଦ କରିବାକୁ ବରଗଡ଼ ଜିଲ୍ଲା ଶ୍ରମିକ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ସୂଚୀତ କରାଯାଇଛି। ଆଜି ସମିତି ର ଏକ ବୈଠକ ସମିତି ର ଯୁଗ୍ମ ଆବାହକ ବ୍ରହ୍ମାନନ୍ଦ ମହାକୁଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଉକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆସନ୍ତା ୨୬ ତାରିଖ ଦିନ ସର୍ବ ଭାରତୀୟ ଟ୍ରେଡ ୟୁନିୟନ ଏବଂ ସରକାରୀ ଓ ବେସରକାରୀ କର୍ମଚାରୀ ମହାସ°ଘ ମାନଙ୍କ ଆହ୍ବାନ କ୍ରମେ କେନ୍ଦ୍ର ସରକାର ଙ୍କ କୃଷି ଓ କୃଷକ, ଶ୍ରମିକ, ଛାତ୍ରଛାତ୍ରୀ ଓ ଜନବିରୋଧୀ ନୀତି କୁ ବିରୋଧ କରାଯାଇ ଆସନ୍ତା ୨୬ ତାରିଖ ଦିନ ଦେଶ ବ୍ୟାପୀ ଧର୍ମଘଟ ର ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସମନ୍ବୟ ସମିତି ର ବୈଠକ ରେ ପ୍ରତିନିଧି ମାନେ ବିଶେଷ ଆଲୋଚନା କରି ଏହାକୁ ବରଗଡ଼ ଜିଲ୍ଲା ରେ ପୂର୍ଣ୍ଣ ସମର୍ଥନ କରିବା ସହ ବରଗଡ଼ ଜିଲ୍ଲା ସଂପୂର୍ଣ୍ଣ ରୂପେ ବନ୍ଦ୍ ରହିବ ବୋଲି ନିଷ୍ପତ୍ତି ଗ୍ରହଣ କରାଥିଲେ। ବୈଠକରେ ବିଦ୍ୟୁତ କର୍ମଚାରୀ ସଂଘ ର ଅତିଶ କୁମାର ପଣ୍ଡା,ବୀମା କର୍ମଚାରୀ ସଂଘ, ପୋଷ୍ଟାଲ କର୍ମଚାରୀ ସଂଘ,ଏଆଇଟିୟୁସି, ଏଆଇଏନଟିୟୁସି, ଓଶ୍ରୁର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *