#Breaking News

ଜି. ଉଦୟଗିରି ପୋୖରାଧ୍ୟାକ୍ଷା ଜିଲ୍ଲାପାଳଙ୍କୁ ଭେଟିଲେ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲା ର ଜି. ଉଦୟଗିରି ଏନଏସି ର ନବ ନିର୍ବାଚିତ ପୋୖରାଧ୍ୟାକ୍ଷା ଶ୍ରୀମତୀ ଭାନୁ ପ୍ରଭା ମିଶ୍ର କନ୍ଧମାଳ ଜିଲାପାଳ ଡା. ଵୃନ୍ଦା ଡି ଙ୍କୁ ଗତକାଲି ଜିଲାପାଳ ଙ୍କ କାର୍ଯ୍ୟଳୟକୁ ଆସି ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି l
ଜିଲାପାଳ ଵୃନ୍ଦା ଡି ପୌରଧ୍ୟକ୍ଷା ଶ୍ରୀମତୀ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ l
ଜି. ଉଦୟଗିରି ଏନଏସି ଅଂଚଳରେ ଗମନାଗମନ, ପାନୀୟ ଜଳ, ଡ୍ରେନ ସମସ୍ୟା, ଆଦି ସମ୍ପର୍କରେ ଆଲୋଚନା କରିଥିଲେ ଓ ଏସବୁ ସମସ୍ୟା ର ସମାଧାନ ପାଇଁ ଆର୍ଥିକ ଅନୁଦାନ ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ l
ସେହିପରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଙ୍କୁ ମଧ୍ୟ କାର୍ଯ୍ୟଳୟରେ ସୌଜନ୍ୟମୂଳକ ସାକ୍ଷାତ କରି ଅଂଚଳ ରବିକାଶ ସମ୍ପର୍କରେ ଆଲୋଚନାକରିଥିଲେ ପୋୖରାଧ୍ୟାକ୍ଷା l

Leave a comment

Your email address will not be published. Required fields are marked *