#Breaking News #Uncategorized

କାଳ ବୈଶାଖୀ ର ପ୍ରଭାବ ମହl ସୀଙ୍ଗି ରେ ଶତାଧିକ ଗୃହ ନଷ୍ଟ


ଫୁଲବାଣୀ (-ସୁନୀଲ ପଟନାୟକ )
କାଳବୈଶାଖୀ ର ପ୍ରଭାବ ଶତାଧିକ ଗୃହ ନଷ୍ଟ l କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହସୀଙ୍ଗି ସିର୍ତ୍ତିଗୁଡ଼ା କଞ୍ଜl ମେଣ୍ଡି ରେ କାଳ ବୈଶାଖୀ ର ପ୍ରଭାବରେ ଶତାଧିକ ଗୃହ ନଷ୍ଟ ହୋଇଛି l ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗି ଯିବାରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛିl
ଗତ କାଲି ବିଳମ୍ବିତ ରାତିରେ ପ୍ରବଳ ବର୍ଷା ଝଡ ତୋଫାନ ହେବାରୁ ରାସ୍ତା ଘାଟ ଓ ଘର ଉପରେ ଗଛ ପଡ଼ି ଗୃହ ନଷ୍ଟ ହୋଇଛି ଖାଦ୍ୟ ସାମଗ୍ରୀ ଆସବାପତ୍ର ନଷ୍ଟ ହୋଇଛିl ଲୋକେ ପର ଘରେ ଗଛ ତଳେ ଆଶ୍ରୟ ନେଇ ଥିବା ଦେଖିବାକୁ ମିଳିଛି
l ଗତ କାଲି ରାତିଠାରୁ ଲୋକେ ଭୋକ ଉପବାସରେ ପଡ଼ିରହିଛନ୍ତି l ବିଳମ୍ବରେ ହେଲେ ମଧ୍ୟ କ ନୂଆଗାଁ ତହସିଲଦାର ମନୋଜ କୁମାର ଦେବତା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଘଟଣା ସ୍ଥଳରେ ପହଞ୍ଚି କ୍ଷୟ କ୍ଷତି ଆକଳନ କରୁଥିବା ଜଣା ପଡ଼ିଛି l ତୁରନ୍ତ ପ୍ରଭାବିତ ଲୋକ ଙ୍କୁ ତୁରନ୍ତ କ୍ଷତି ପୁରଣ ଦେବାକୁ ଦାବୀ ହୋଇଛିl

Leave a comment

Your email address will not be published. Required fields are marked *