#Breaking News #Uncategorized

ଆଠଗଡ ଆମ୍ବବଜାର ମାନ୍ଦା,ପାଞ୍ଚ ଟଙ୍କାରେ ମିଳୁଛି ଆମ୍ବ,ଆମ୍ବ ଚାଷୀ ହତାଶ


ଆଠଗଡ(ଉଲାପ୍ର)ଲକଡାଉନ ଓ ସଟଡାଉନ ଆଠଗଡ ଆମ୍ବଚାଷୀଙ୍କ ନିଦ ହଜାଇ ଦେଇଛି,ଆଠଗଡ ଆମ୍ବ ବଜାରରେ ପାଞ୍ଚ ଟଙ୍କାରୁ ଆରମ୍ଭ କରି ଦଶ ଟଙ୍କାରେ ଗୁରୁଡ଼ି ଆମ୍ବ ମିଳୁଥିଲେ ମଧ୍ୟ ଆମ୍ବ ନେବାକୁ ବଜାରରେ ଖାଉଟି ନାହାଁନ୍ତି, ଯାହାକି ଆଠଗଡ ବଜାରରେ ଆମ୍ବ ଗଦା ହୋଇ ରହିଥିବା ବେଳେ ଆମ୍ବ ଚାଷୀ ଓ ବେପାରୀଙ୍କ ନିଦ ହଜିଯାଇଛି,ଆଠଗଡ ବଜାର ଆମ୍ବ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏହି ଦୈନିକ ପରିବା ମାର୍କେଟକୁ ପ୍ରତେକ ଦିନ ଜାତିଜାତିକା ଆମ୍ବ ନେଇ ଚାଷୀଙ୍କ ଠାରୁ ଆରମ୍ଭକରି ବେପାରୀ ପର୍ଯ୍ୟନ୍ତ ଆସୁଛନ୍ତି,ଏହି ଆମ୍ବ ମଧ୍ୟରେ ସବୁଠାରୁ ଏହି ଅଞ୍ଚଳର ପ୍ରସିଦ୍ଧ ଗୁରୁଡ଼ି ଆମ୍ବ

ରହିଛି,ଯାହାକି ଆଜିର ଦିନରେ ଆମ୍ବ କେଜି ପାଞ୍ଚ ଟଙ୍କାରୁ ଆରମ୍ଭ କରି ଦଶ ଟଙ୍କା ରହିଛି,ଏହା ବ୍ୟତୀତ ବଜାରରେ ଆମ୍ରପଲି,ବାଇଗଣ ପଲେଇ, ହେମ ସାଗର,କ୍ଷୀର ସାଗର,କଲିମି, ସୁନ୍ଦରୀ,ଆଲଫାନସୋ,ବଡ଼ମୁଣ୍ଡିଆ,ଏମିତି ଭଳିକି ଭଳି ସୁଆଦିଆ ଆମ୍ବ ବଜାରରେ ଗଦା ହୋଇ ରହିଥିଲେ ମଧ୍ୟ ଗ୍ରାହକ କିଣିବାକୁ ନାହାନ୍ତି,ଲକଡାଉନ,ସଟଡାଉନ ଆମ୍ବ ବେପାରୀ ଓ ଚାଷୀଙ୍କ ପାଇଁ ଘାତକ ସାଜିଛି,ଗାଡି ମୋଟର ବନ୍ଦ ଯୋଗୁ କୌଣସି ବେପାରୀ ଆସୁନାହାନ୍ତି ଆମ୍ବ ନେବାପାଇଁ,ଏହା ବ୍ୟତୀତ ବଜାର ମାନଙ୍କରେ ପୋଲିସ ପଇଁ ତରା ମାରୁଥିବା ଯୋଗୁ ଖାଉଟି ବେସି ସମୟ ଆମ୍ବ ବେପାରୀଙ୍କ ପାଖରେ ଛିଡା

ହୋଇପାରୁନାହାନ୍ତି,ଯାହା ଫଳରେ ଆମ୍ବ ଚାଷୀ ଓ ବେପାରୀ କ୍ଷତିର ସମ୍ମୁଖିନ ହେବା ଆରମ୍ଭ କଲେଣି,ଆମ୍ବ ଏକ ସୁଆଦିଆ ଖାଦ୍ୟ ହୋଇଥିବା ଯୋଗୁ ପ୍ରତେକ ଲୋକ ଆମ୍ବ ନେବାକୁ ବିଭିନ୍ନ ଅଞ୍ଚଳରୁ ଆଠଗଡ ବଜାର ଉପରେ ନିର୍ଭର କରିଥାନ୍ତି,ଚଳିତବର୍ଷ ପ୍ରବଳ ଆମ୍ବ ଆସିଥିବା ଯୋଗୁ ଆମ୍ବ ଦର ହ୍ରାସ ପାଇଥିଲେ ମଧ୍ୟ ଆମ୍ବ କିଣିବାକୁ ଗ୍ରାହକ ବଜାରକୁ ଆସୁନାହାନ୍ତି,ଚାଷୀ ଓ ବେପାରୀ ବଜାରରେ ହାତ ବାନ୍ଧି ବସିଛନ୍ତି,ଲକ ଡାଉନ ଓ ସଟଡାଉନ ଆମ୍ବ ଚାଷୀଙ୍କ ନିଦ ହଜାଇ ଦେଇଛି,ଯୋଉମାନେ ଆମ୍ବ ବଗିଚା ନିଲାମ ନେଇଥିଲେ ଏବେ ସେମାନଙ୍କ ଉପରେ ଚଡକ ପଡିବା ଆରମ୍ଭ କଲାଣି,ଆମ୍ବ ବେପାରୀ ଏବେ ଆମ୍ବ କାହାକୁ ଦେବେ ସେ ନେଇ ମୁଣ୍ଡରେ ହାତ ଦେଇ ବସିଲେଣି ଚାଷୀ ଓ ବେପାରୀ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *