#Breaking News #Uncategorized

ଗୋପପୁର ଫରେଷ୍ଟ ବିଟରୁ ଆହତ ହରିଣ ଉଦ୍ଧାର

ନରସିଂହପୁର (ଉଲାପ୍ର)୧୭.୫.୨୧-
ବଡ଼ମ୍ବା ବ୍ଲକ ଗୋପପୁର ପଞ୍ଚାୟତ ଅନ୍ତର୍ଗତ ବାସୁଦେବ ହାଇସ୍କୁଲ ପଛପାଖରେ ଏକ ହରିଣକୁ ବୁଲା କୁକୁରମାନେ ଗୋଡାଉ ଥିବା ବେଳେ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଥିଲେ।
ଗୋପପୁର ବିଟର ଫରେଷ୍ଟର ମହେଶ୍ୱର ପ୍ରଧାନଙ୍କୁ ଖବର ଦେବା ପରେ ସେ ହରିଣକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ହରିଣଟିର ଗୋଡ ଓ ମୁଣ୍ଡରେ ଆଘାତ ଲାଗିଛି।।ସ୍ଥାନୀୟ ବନାଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହରିଣଟିକୁ ଉଦ୍ଧାର କରି ବଡ଼ମ୍ବା ପ୍ରାଣୀ ଚିକିତ୍ସାଳୟ କୁ ନେଇଥିଲେ।

Leave a comment

Your email address will not be published. Required fields are marked *