#Breaking News

ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ପ୍ରତିବାଦରେ ତିଗିରିଆ ବ୍ଲକ ଆଗରେ ଘଣ୍ଟ,ଥାଳି ବାଡେଇ ଅଭିନବ ଉପାୟରେ ପ୍ରତିବାଦ କଲା କଂଗ୍ରେସ


ତିଗିରିଆ(ଉଲାପ୍ର)ବୁଧବାର ଠାରୁ ସାରା ରାଜ୍ୟରେ କଂଗ୍ରେସ ଆରମ୍ଭ କରିଛି ଅଭିନବ ଉପାୟରେ ପ୍ରତିବାଦ,ପେଟ୍ରୋଲ,ଡିଜେଲ ଦର ଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଏହି ଆନ୍ଦୋଳନ ଆରମ୍ଭ କରିଛି,ହାତରେ ଅଛି ଘଣ୍ଟ ଓ

ଥାଳି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାକୁ ମାତ ଦେବାପାଇଁଥାଳି,ଘଣ୍ଟ ବାଡେଇବା ପାଇଁ ଲୋକଙ୍କୁ କହିଥିବା ବେଳେ କଂଗ୍ରେସ ରାଜ୍ୟରେ କଂଗ୍ରେସ କର୍ମୀମାନଙ୍କୁ ନେଇ ସାରା ଓଡ଼ିଶାରେ ବ୍ଲକ ଅଫିସ ଆଗରେ ଥାଳି,ଘଣ୍ଟ ବାଡେଇବା ଆରମ୍ଭ କରିଛି,ଯୋଉ ପର୍ଯ୍ୟନ୍ତ ପେଟ୍ରୋଲ,ଡିଜେଲ ଦର ନ କମିଛି ସେ ପର୍ଯ୍ୟନ୍ତ ସାରା ଓଡ଼ିଶାରେ କଂଗ୍ରେସ କର୍ମୀମାନେ ଘଣ୍ଟ, ଥାଳି ବାଡ଼େ ଇବେ ବୋଲି କଂଗ୍ରେସ କର୍ମୀମାନେ କହିଛନ୍ତି,ଆଜିର ଏହି ଘଣ୍ଟ ବାଡେଇବା କାର୍ଯ୍ୟକ୍ରମ ରେ ତିଗିରିଆ ବ୍ଲକ ଆଗରେ କଂଗ୍ରେସ ନେତା ଉମାବଲଭ ରଥଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଯୋଗଦେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

Leave a comment

Your email address will not be published. Required fields are marked *