#Breaking News #District

ଚିକିତ୍ସା ରେ ଅବହେଳା, ହଷ୍ଟେଲ ଛାତ୍ର ର ମୃତ୍ୟୁ, ପ୍ରଧାନ ଶିକ୍ଷୟତ୍ରୀ ଙ୍କ
ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ଫୁଲବାଣୀ ,- ସୁନୀଲ ପଟ୍ଟନାୟକଚିକିତ୍ସା ରେ ଅବହେଳା, ହଷ୍ଟେଲ ଛାତ୍ର ର ମୃତ୍ୟୁ, ପ୍ରଧାନ ଶିକ୍ଷୟତ୍ରୀ ଙ୍କ
ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ଫୁଲବାଣୀ ,- 27/08ସୁନୀଲ ପଟ୍ଟନାୟକ।
ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଙ୍କ ଚିକିତ୍ସା ରେ ଅବହେଳା ଯୋଗୁଁ ଜଣେ ହଷ୍ଟେଲ ରେ ରହି ଷଷ୍ଠ ଶ୍ରେଣୀ ରେ ପଢୁଥିବା ଛାତ୍ର ର ଅକାଳ ମୃତ୍ୟୁ ଘଟିଛି l ଘଟଣା ଘଟିଛି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟା ଗୁଡ଼ା ମଙ୍ଗଳ ବିଭାଗ ପରିଚାଳିତ ହଷ୍ଟେଲ ରେ l
ମୃତ ଛାତ୍ର ଜଣକ ସତ୍ୟାନନ୍ଦ ନାୟକ l ଶନିବାର ମଧ୍ୟାହ୍ନ ରେ ସତ୍ୟାନନ୍ଦ ହଟା ତ ଅସୁସ୍ଥ ହୋଇ ପଡିବା ପରେ ଅଚେତ ହୋଇପଡ଼ିଥିଲା l ତାକୁ ତୁରନ୍ତ ଚିକିତ୍ସା ପାଇଁ ବାଲିଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷୋଣl କରିଥିଲେ l
ମୃତ ଛାତ୍ର ର ଘର କୋଟ ଗଡ ବ୍ଲକ ଓରା କଲୋନୀ ସାହୀ ରେ l
ବାପା ମା ଙ୍କ ଏକ ମାତ୍ର ପୁଅ ହୋଇଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି l
ପୂର୍ବରୁ ସତ୍ୟାନନ୍ଦ ଭଲ ଥିଲା ହେଲେ ହଟl ତ ତାର ମୃତ୍ୟୁ ହେଲା କିପରି ବାପାମା ଆଶ୍ଚର୍ୟ୍ଯ ହୋଇଯାଇଛନ୍ତି l
ଏ ନେଇ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନ ଙ୍କୁ ପଚାରିବାର ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ l ଏ ବିଷୟରେ ଖବର ପାଇ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରି ମଲିକ ସ୍କୁଲ ରେ ପହଞ୍ଚି କାହିଁକି ଓ କେଉ ପରିସ୍ଥିତି ରେ ଛାତ୍ର ର ମୃତ୍ୟୁ ଘଟିଲା ତାର ତଦନ୍ତ କରୁଛନ୍ତି l ତେବେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଅବହେଳା ଯୋଗୁଁ ନୀରିହ ଛାତ୍ର ର ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଗ୍ରାମବାସୀ
ଅଭିଯୋଗ କରିଛନ୍ତି l
ଜିଲାରେ ଥିବା ଅନେକ ମଙ୍ଗଳ ବିଭାଗ ସେବାଶ୍ରମ ଗୁଡିକରେ ନିମ୍ନ ମାନର ଖାଦ୍ୟ, ଅପରିଷ୍କାର ପରିବେଶ, ଦୂଷିତ ପାଣି ବ୍ୟବହାର ସାଙ୍ଗକୁ କତୃପକ୍ଷ ଙ୍କ ଅବହେଳା ଯୋଗୁଁ ଅନେକ ଛାତ୍ର ଛାତ୍ରୀ ଙ୍କ ଅକାଳ ରେ ଜୀବନ ଯାଉଚି l
ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି l ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଙ୍କ ଚିକିତ୍ସା ରେ ଅବହେଳା ଯୋଗୁଁ ଜଣେ ହଷ୍ଟେଲ ରେ ରହି ଷଷ୍ଠ ଶ୍ରେଣୀ ରେ ପଢୁଥିବା ଛାତ୍ର ର ଅକାଳ ମୃତ୍ୟୁ ଘଟିଛି l ଘଟଣା ଘଟିଛି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟା ଗୁଡ଼ା ମଙ୍ଗଳ ବିଭାଗ ପରିଚାଳିତ ହଷ୍ଟେଲ ରେ l
ମୃତ ଛାତ୍ର ଜଣକ ସତ୍ୟାନନ୍ଦ ନାୟକ l ଶନିବାର ମଧ୍ୟାହ୍ନ ରେ ସତ୍ୟାନନ୍ଦ ହଟା ତ ଅସୁସ୍ଥ ହୋଇ ପଡିବା ପରେ ଅଚେତ ହୋଇପଡ଼ିଥିଲା l ତାକୁ ତୁରନ୍ତ ଚିକିତ୍ସା ପାଇଁ ବାଲିଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷୋଣl କରିଥିଲେ l
ମୃତ ଛାତ୍ର ର ଘର କୋଟ ଗଡ ବ୍ଲକ ଓରା କଲୋନୀ ସାହୀ ରେ l
ବାପା ମା ଙ୍କ ଏକ ମାତ୍ର ପୁଅ ହୋଇଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି l
ପୂର୍ବରୁ ସତ୍ୟାନନ୍ଦ ଭଲ ଥିଲା ହେଲେ ହଟl ତ ତାର ମୃତ୍ୟୁ ହେଲା କିପରି ବାପାମା ଆଶ୍ଚର୍ୟ୍ଯ ହୋଇଯାଇଛନ୍ତି l
ଏ ନେଇ ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନ ଙ୍କୁ ପଚାରିବାର ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ l ଏ ବିଷୟରେ ଖବର ପାଇ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରି ମଲିକ ସ୍କୁଲ ରେ ପହଞ୍ଚି କାହିଁକି ଓ କେଉ ପରିସ୍ଥିତି ରେ ଛାତ୍ର ର ମୃତ୍ୟୁ ଘଟିଲା ତାର ତଦନ୍ତ କରୁଛନ୍ତି l ତେବେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଅବହେଳା ଯୋଗୁଁ ନୀରିହ ଛାତ୍ର ର ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଗ୍ରାମବାସୀ
ଅଭିଯୋଗ କରିଛନ୍ତି l
ଜିଲାରେ ଥିବା ଅନେକ ମଙ୍ଗଳ ବିଭାଗ ସେବାଶ୍ରମ ଗୁଡିକରେ ନିମ୍ନ ମାନର ଖାଦ୍ୟ, ଅପରିଷ୍କାର ପରିବେଶ, ଦୂଷିତ ପାଣି ବ୍ୟବହାର ସାଙ୍ଗକୁ କତୃପକ୍ଷ ଙ୍କ ଅବହେଳା ଯୋଗୁଁ ଅନେକ ଛାତ୍ର ଛାତ୍ରୀ ଙ୍କ ଅକାଳ ରେ ଜୀବନ ଯାଉଚି l
ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *