#Breaking News

ଅର୍ଚାଙ୍ଗି ଲଣ୍ଡା ପାହାଡ଼ ରେ ବୃକ୍ଷ ରୋପଣ


ଫୁଲବାଣୀ-(ସୁନୀଲ ପଟନାୟକ )
ଚଳିତ ବର୍ଷ ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ଟିକା ବାଲି ବନ ବିଭାଗରେ ଜଂପକ୍ଷରୁ ଅର୍ଚା ଙ୍ଗିର ଲଣ୍ଡା ପାହାଡ଼କୁ ସବୁଜ ସୁନ୍ଦର କରିବାପାଇଁ ବୃକ୍ଷରୋପଣ କରାଯିବା ସହ ଏହାର ରକ୍ଷଣାବେକ୍ଷଣ କରିବବନ ବିଭାଗ,I ଫଳରେ ଶ୍ରୀହୀନ ହୋଇ ରହିଥିବା ପାହାଡ଼ ବୃକ୍ଷଲତାରେ ଭରି ଉଠିସୁନ୍ଦର ଦେଖା ଯିବା ସହ ପଶୁପକ୍ଷୀ ଆଦି ଙ୍କ ଆଶ୍ରୟ ନେବେ ବୋଲି ଟିକା ବାଲି ରେ ଜଂର ଫକିରବେହେରା କହିଛନ୍ତି । ସେହିପରି ଏହି ଅବସରରେ ମୁଖ୍ୟଅତିଥି ଭାବେ କାର ସହକାରୀ ବନ ସଂରକ୍ଷକ ଯୋଗ ଦେଇ-ବୃକ୍ଷହିଁ ଜୀବନ l ବୃକ୍ଷ ବିନା ବଂଚିବା ଅସମ୍ଭ ବ l ଏଣୁ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଁଏ ବୃକ୍ଷ ଚାରା ଲଗାଇବା ସହ ତାର ଯତ୍ନ ନେଲେ ସୁସ୍ଥ ଓ ସବୁଜପରିବେଶ ସୃଷ୍ଟି ହେବ ଓ ଆଗାମୀ ପିଢ଼ି ଏହାଦ୍ଵାରା ଲାଭବାନ ହୋଇପାରିବେ ବୋଲି କହିଥିଲେ। ସେହିପରି ଏହି ଅବସରରେ ଲାଇନ ପଡ଼ା ସଂରକ୍ଷିତ ଜଙ୍ଗଲରେ କାମ୍ପାଯୋଜନାରେ୧୫୦ ହେକଟର ଅଞ୍ଚଳରେ ୩୦ ହଜାର ବୃକ୍ଷ ଚାରା ରୋପଣ କରାଯାଇଥିଲା,।
ଅନ୍ୟମାନଙ୍କ ମଧ୍ୟରେ ବରୀଷ୍ଠ ଫରେଷ୍ଟର ସଦାନନ୍ଦ ବେହେରା ଓ ଅନ୍ୟ ସମସ୍ତ ବନ କର୍ମଚାରୀ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ।

ଏହି ଅବସରରେ ଟିକାବାଲି ବନବିଭାଗରେଜଂପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲାବୋଲି ରେଞର ବେହେରା କହିଛନ୍ତି ।

Leave a comment

Your email address will not be published. Required fields are marked *