#Breaking News

ବିଜେଡ଼ି ଜ଼ିଲl ନେତୃତ୍ୱ କୁ ଚାଲେଞ୍ଜ ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ କଂଗ୍ରେସ ରେ ମିଶିଲେ


ଫୁଲବାଣୀ (ଉଲାପ୍ର)
ଫୁଲବାଣୀ ପୌର ନିର୍ବାଚନ ପାଇଁ ଅଧ୍ୟକ୍ଷ ଓ କାଉନ୍ସିଲର ଟିକେଟ ପ୍ରଦାନ ରେଲୋକପ୍ରିୟ, ଟାଣୁଆ ତଥା ବିଜୟ ସମ୍ଭାବନା ଥିବା ନେତାମାନଙ୍କୁ ଅଣଦେଖା କରାଯାଇଥିବା ରୁ ଶାସକ ବିଜେଡି ଦଳ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି lଫଳରେ ସହର ର ବହୁ ବିଜେଡି ନେତା ଓ କର୍ମୀ ବୁଧ ବାର ବିଜେଡି ଦଳ ଛାଡି କଂଗ୍ରେସ ରେ ମିଶିଛନ୍ତି l
ଆଜି କଂଗ୍ରେସ ପକ୍ଷରୁ ସ୍ଥାନୀୟ ପ୍ରେସ କ୍ଲବ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହି କର୍ମୀ ମାନେ କଂଗ୍ରେସ ରେ ମିଶି ଛନ୍ତି l
ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜ଼ିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପିସିସି ସମ୍ପାଦକ ଚନ୍ଦ୍ର ଶେଖର ପରିଡା, ରଜତ ମହାନ୍ତି,ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା,ପୂର୍ବତନ ସାଂସଦ ରାଧାକାନ୍ତ ଡିଗାଲ, ଯୁବ ନେତା ନନ୍ଦ କିଶୋରଦାସ, ନଗର ସଭାପତି, ଶିବ ଶଙ୍କର ବେହେରା ,ଜିଲା ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ, ଜ଼ିଲ୍ଲା ଛାତ୍ରକଂଗ୍ରେସ ସଭାପତିଅନୁପମ କହଁର, ଯୁବ ନେତା ତଥା ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସଞ୍ଜୟ କହଁର ବରିଷ୍ଠ ନେତା ବିଜୟ ମହାନ୍ତି,ହେମନ୍ତ କର ପ୍ରମୁଖ ବହୁନେତା ପ୍ରମୁଖ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରି ଦଳ ରେ ମିଶାଇଥିଲେ l
ଏମାନେ ମିଶିବା ଫଳରେ ଦଳସହର ରେ ଅଧିକ ଶକ୍ତିଶାଳୀ ହେବାସହ ପୌର ନିର୍ବାଚନ ରେ ବିଜୟ ସମ୍ଭାବନା କୁ ଅଧିକ ଦୃଢ଼ କରିଥିବା ଜ଼ିଲ୍ଲା ସଭାପତି ଅନାମ ନାୟକ କହିଛନ୍ତି l
ଆଗକୁ ଆହୁରୀ ଅନେକ ବିଜେଡି ଓ ବିଜେପି ନେତା ଓ କର୍ମୀ କଂଗ୍ରେସ ରେ ସାମିଲ ହେବେ ବୋଲି ସଭାପତି ନାୟକ କହିଛନ୍ତି l
ତେଵେ ବିଜେଡ଼ି ର କିଛି ଅସନ୍ତୁଷ୍ଟ ଆଗ ଧାଡ଼ିର ନେତା ଏହି କର୍ମୀ ମାନଙ୍କୁ ପଠାଇଥିବା ଶୁଣିବାକୁ ମିଳୁଛି l

Leave a comment

Your email address will not be published. Required fields are marked *