#Breaking News

ଗୋପବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ ତରଫରୁ ଏଡ୍ସ ଦିବସ ପାଳିତ


ଆଠଗଡ(ଉଲାପ୍ର)ବିଶ୍ୱ ଏଡ୍ସ ଦିବସ ଅବସରରେ ଆଠଗଡ ଗୋପବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ ତରଫରୁ ଏଡ୍ସ ଦିବସ ପାଳିତ ହୋଇଯାଇଛି।ଜାତୀୟ ସେବା ସଂସ୍ଥା ଓ ଯୁବ ରେଡ଼ କ୍ରସର ମିଳିତ ସହଯୋଗରେ ଅଧ୍ୟାପିକା ଟ୍ଵିଙ୍କିଲ ମିଶ୍ର ଓ ବସିରା ବେଗମ ଙ୍କ ସଂଯୋଜନାରେ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷା ସଂଗୀତା ମହାପାତ୍ର ଏକ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା ବବିତା ସାହୁ,ରଶ୍ମିତା

ପଣ୍ଡା,ଅପରାଜିତା ଜେନାମଣି,ସୁଭସ୍ମିତା ଦାସ,ସରିତା ଆଚାର୍ଯ୍ୟ,ସୁଭଦ୍ରା ସାହୁ,ସୂର୍ଯ୍ୟକାନ୍ତି ମହାପାତ୍ର,ଅର୍ପିତା ଜେନା,ମହାବିଦ୍ୟାଳୟ ର ମୁଖ୍ୟ କିରାଣୀ ଜୟଶ୍ରୀ ନାୟକ ଓ ସୁଭଦ୍ରା ଭୋଳ ପ୍ରମୁଖ ସହଯୋଗ କରିଥିଲେ,ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଯାଇ ଆଠଗଡ ସହର ପରିକ୍ରମା କରିବା ସହିତ ସାଧାରଣ ଲୋକଙ୍କୁ ଏଡ୍ସ ଉପରେ ସଚେତନତା କରିଥିଲେ।

Leave a comment

Your email address will not be published. Required fields are marked *