#Uncategorized

ଖ୍ରୀଷ୍ଟଧର୍ମାଵଲମ୍ବୀ ମାନଙ୍କ ବିଶ୍ୱାସରେ ବିଷ ଦିଆଯାଉଛି : ବିଶପଙ୍କୁ ଦାବୀପତ୍ର ପ୍ରଦାନ : ତୁରନ୍ତ ସମାଧାନ ପାଇଁ ଦାବୀ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କଟକ, ଭୁଵନେଶ୍ୱର ଆର୍ଚ୍ଚ ଡାୟସିସର କାଥଲିକ ବିଶ୍ୱାସୀବୃନ୍ଦ ଆଜି ବାଲିଗୁଡାର ଏସଟି ଯୋହନ ସ୍କୁଲର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥୀ ଭାବେ ଆସିଥିବା ଆର୍ଚ୍ଚ ବିଶପ ଯୋହନ ବାରୁଆଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ ସୁଧା କରିପାରିନଥିଲେ । ଏହି ମାନେ ନିଜ ନିଜ ଭିତରେ ଥିବା ଆନେକ ସମସ୍ୟାକୁ ବିଶପଙ୍କ ନିକଟରେ ଉପସ୍ଥାପନା କରିବାରେ ଚେଷ୍ଟା କରିବାରେ ବିଫଳ ହୋଇଛନ୍ତି । ବିଶପଙ୍କୁ ଭେଟିବା ପାଇଁ ଓ ଦାବୀ ପତ୍ର ଦେବା ପାଇଁ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରୁ ଖ୍ରୀଷ୍ଟଧର୍ମାଵଲମ୍ବୀ ଆସିଥିଲେ । କିନ୍ତୁ ତାଙ୍କୁ ଭେଟିବାର ସୁଯୋଗ ନମିଳିବାରୁ ସେମାନେ ତାଙ୍କ ତରଫରୁ ଏକ ଟିମ ଭେଟିଥିଲେ ଓ ସେମାନଙ୍କ ଲିଖିତ ଦାବୀ ପତ୍ରକୁ ସେମାନେ ଯୋହନ ବାରୁଆଙ୍କୁ ଦେଇ ଦେବେ ବୋଲି କହିଥିଲେ । ଏହାପରେ ଭେଟିବାକୁ ଆସିଥିବା ବ୍ୟକ୍ତି ମାନେ ତାଙ୍କୁ ଦାବୀ ପତ୍ର ଦେଇ ନିରାଶ ରେ ଫେରିଥିଲେ । ଏହି ବ୍ୟକ୍ତିମାନେ ଏକ ଲିଫଲ୍ୟାଟ କରି ବଣ୍ଟନ କରିଥିଲେ । ଏହି ଲିଫଲେଟ ଓ ଦାବୀ ପତ୍ରରେ ୨୫ ଗୋଟି ଦାବୀ ଉଲ୍ଲେଖ ରହିଅଛି । ସେଗୁଡିକ ହେଲା ଆର୍ଚ୍ଚ ବିଶପ ଯୋହନ ବାରୁଆ ଉତର ଦେବେକି ? ବର୍ଷ ବର୍ଷ ଧରି ଧର୍ମାଂଚଳ ପରିଦର୍ଶନ ନକରି ଶହଶହ ବିଶ୍ୱାସୀଙ୍କୁ ଦୃଢୀକରଣ ସଂସ୍କାରରୁ ବଂଚିତ କରୁଛନ୍ତି କାହିଁକି ? ବିଶ୍ୱାସୀ ମାନଙ୍କର ଆଧ୍ୟାତ୍ମିକତା ,ସାମାଜିକ ଓ ଆର୍ଥିକ ଉନ୍ନତିରେ ଅବହେଳା କରାଯାଇଛି କାହିଁକି ? ବିଶପଙ୍କ ବାସସ୍ଥଳୀରେ କର୍ମଜୀବି ମହିଳାଙ୍କୁ ଅସଦାଚରଣ କରାଯାଇଛି କାହିଁକି ।କନ୍ଧମାଳର ଧର୍ମହିଂସା ଘଟଣାରେ ପିଡିତାଙ୍କ ସହାୟତା ଧନରାଶି ହଡପ କରାଗଲା କାହିଁକି ? ବହୁବର୍ଷଧରି କଲେଜ ଛାତ୍ରବୃତ୍ତି ଦିଆଯାଇନାହିଁ କାହିଁକି ? ବିଶ୍ୱାସୀଙ୍କ ନିମନ୍ତେ ଆଇନଗତ ସହାୟତା ଓ ପ୍ରଶିକ୍ଷଣ ନାମରେ ଟଙ୍କା ଆଣି ଦାରିଙ୍ଗବାଡିରେ ହୋଟେଲ ତିଆରି କରାଗଲା କାହିଁକି ,ଗରୀବ ଛାତ୍ରଛାତ୍ରୀ ପାଇଁ ଏନସିଓପି(ଆନକପ) ସଂସ୍ଥାରୁ ମିଳିଥିବା ୬ଲକ୍ଷଟଙ୍କା ହଡପ କରାଯାଇଛି କାହିଁକି ?। ବିଶପଙ୍କ ବାସସ୍ଥଳିରେ ବିଶ୍ୱାସଙ୍କ ପାଇଁ ଉଦ୍ଧିଷ୍ଟ ବିଶ୍ରାମ କକ୍ଷକୁ ହୋଟେଲ କରାଗଲା କାହିଁକି ? ପ୍ରତିଶୋଧ ପରାୟଣ ହୋଇ ବିଶ୍ୱାସୀ ମାନଙ୍କୁ ଭାଗଭାଗ କରି ଓ କିଛି ଉଦ୍ଧିଷ୍ଟ ଲୋକଙ୍କୁ ଲାଂଚ ଦେଇ ବଳପୁର୍ବକ ଯାଜକ ମାନଙ୍କୁ ପରାମର୍ଶ ନକରି ବଦଳି କରାଗଲା କାହିଁକି ।ଯାଜକ କୁଳକାନ୍ତ ଦଣ୍ଡସେନାଙ୍କୁ ନିଲମ୍ବିତ କରି ଗୃହବନ୍ଦୀ କରି ଏ ପର୍ଯ୍ୟନ୍ତ ରଖାଯାଇଛି କାହିଁକି ? ।ପାଳକୀୟ ପରିଦର୍ଶନ ନକରି କେବଳ ଘର ପ୍ରତିଷ୍ଠା ପାଇଁ ଆସନ୍ତି କାହିଁକି ? ଧର୍ମାଂଚଳକୁ ଆସି ପ୍ୟାରିସରେ ନରହି ହୋଟେଲରେ ରହିଲେ କାହିଁକି ?ଏହିଭଳି ଅନେକ ପ୍ରଶ୍ନ ପଚାରିବା ସହ ତଳେ କନ୍ଧମାଳ କାଥଲିକ ଖ୍ରୀଷ୍ଟିୟାନ ବିଶ୍ୱାସୀ ବୃନ୍ଦ ବୋଲି ଉଲ୍ଲେଖ ଅଛି । ଆଜି ବାଲିଗୁଡାକୁ ଏହି ସଂଗଠନର ସଭାପତି ମୋର୍ଚ୍ଚିନ ପ୍ରଧାନ,ସେକ୍ରେଟେରୀ ଫ୍ରାନସିସ ବାକ୍ସି ,ପ୍ରବକ୍ତା ପ୍ରଫେସର ପ୍ରସନ ବିଷୋୟୀ,ସିର୍ଦ୍ଦାଥ ନାୟକ,ପ୍ରମୋଦ ପ୍ରଧାନ, ମାତେଶ ଦିଗାଳ, ଯୁବନେତା ବିନୋଦ ନାୟକ, ଜମେସ ନାୟକ, ମାଥେଓ ଦିଗାଳ,ସୁକାନ୍ତ ଦଣ୍ଡସେନା,କ୍ଲେମନ୍ତି ନାୟକ ,ସୁଲଜିନି ପରିଛା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏମାନେ କହିନ୍ତି ଯଦୀ ଆମ ପ୍ରଶ୍ନର ସମସ୍ତ ଉତ୍ତର ଓ ଦାବୀକୁ ଯଦି ଗ୍ରହଣ କରାନଯାଏ ତେବେ ,ଆଗାମି ଦିନରେ ଆମେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *